ଛତ୍ରପୁରରେ କାରଗିଲ ବିଜୟ ଦିବସ

0
38

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ଆଜି କାରଗିଲ୍ ବିଜୟ ଦିବସ ହୋଇଥିବାରୁ ସାରା ଭାରତ ବର୍ଷରେ ଏହି ଦିବସ ପାଳନ କରାଯାଉଛି । ଏନେଇ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ଏକତ୍ରିତ ହୋଇ କାରଗିଲ ଯୁଦ୍ଧରେ ଅମର ସହିଦମାନଙ୍କ ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଭାରତମାତାକୀ ଜଏ ସ୍ଲୋଗାନ୍ ଦେଇଥିଲେ । ଜୁଲାଇ ୨୬- ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧରେ ଭାରତ ସେନାମାନେ ପାକିସ୍ତାନକୁ ପରାସ୍ତା କରି ଜାତୀୟ ପତାକା ଉଡ଼ାଇଥିଲେ । ଏଣୁ ଆଜିର ଦିବସକୁ ସମଗ୍ର ଭାରତ ବର୍ଷରେ କାରଗିଲ୍ ବିଜୟ ଦିବସ ଭାବେ ପାଳନ ହୋଇଆସୁଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼. ଦିବ୍ୟଲୋଚନ ମହନ୍ତ, ଡ଼େପୁଟି କଲେକ୍ଟର ସିଗ୍ଧାରାଣୀ ଧଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here