ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା):ସ୍ଥାନୀୟ ଏସପିଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ପୁଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ସହ ସଡ଼କ ସୁରକ୍ଷା ଉପରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ବିସ୍ତୃତ ଆଲୋଚନା କରିଥିଲେ । ଗଞ୍ଜାମ ପୁଲିସ ଜିଲ୍ଲାର ବିିଭିନ୍ନ ଥାନାଂଚଳରେ ଘଟୁଥିବା ସଡ଼କ ଦୁର୍ଘଟଣା କିପରି ରୋକାଯାଇ ପାରିବ ସେଥି ପ୍ରତି ଧ୍ୟାନ ଦେବାକୁ କହିଥିଲେ । ଏହା ସହିତ ନୀୟମିତ ହେଲିମେଟ୍ ଚେକିଂ ଓ ସଡ଼କ ନୀୟମ ଭାଙ୍ଗୁଥିବା ବାଇକ ଚାଳକଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ଏସପି କହିଥିଲେ । ଥାନାଂଚଳ ଗୁଡ଼ିକରେ ପଡ଼ି ରହିଥିବା ୱାରେଟିଂ ଧରିବା, ବେଆଇନ ମଦ କାରବାର ଉପରେ ନୀୟମିତ ଚଢଉ କରିବା, ଗ୍ରାମାଂଚଳ ଗୁଡ଼ିକରେ ଗୁଣିଗାରେଡ଼ି ସନ୍ଦେହ ଦୂର କରି ଆମ ପୁଲିସ ସମିତି ବୈଠକ ମାଧ୍ୟମରେ ବ୍ୟାପକ ସଚେତନ କରିବା, ଦଲାଲଙ୍କ ମାଧ୍ୟମରେ ବିନା ପଞ୍ଜିକରଣରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କୁ ରୋକିବା ଏବଂ ଥାନାଂଚଳ ଗୁଡ଼ିକରେ ପଡ଼ି ରହିଥିବା କେଶ୍ ଗୁଡ଼ିକ ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମୀକ୍ଷା ବୈଠରେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ସୀତାରାମ ଶତପଥୀ ଓ ଅମରେଶ କୁମାର ପଣ୍ଡା, ଡିଏସପି ଏସ. ସାମଲ, ରିଜର୍ଭ ଇନିସପେକ୍ଟର ସୁବଳ ସୁରେନ୍ , ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିିଶ୍ୱାଳ, ଭଞ୍ଜନଗର ଏମଭିଆଇଙ୍କ ସମେତ ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ଉଚ୍ଚପଦାଧିକାରମାନେ ଉପସ୍ଥିତ ଥିଲେ ।