ଛତ୍ରପୁର, ଗଞ୍ଜାମ ତହସିଲର ସମୀକ୍ଷା କଲେ ଉପଜିଲ୍ଲାପାଳ

0
40

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଓ ଗଞ୍ଜାମ ତହସିଲର ସମସ୍ତ ଆରଆଇ ମାନଙ୍କୁ ନେଇ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଆରଆଇ ସର୍କିଲ ଅଧିନରେ ରହିଥିବା ସମସ୍ତ ମ୍ୟୁଟେସନ କେଶ୍ ତୁରନ୍ତ ସମାଧାନ, ଓବିସି, ରେସିଡେନ୍ସ, ଓବିସି, ରେସିଡେନ୍ସ, ଜାତିଗତ ପ୍ରମାଣପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସାର୍ଟିଫିକେଟ କିପରି ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ପ୍ରଦାନ କରାଯିବ ସେଥି ପ୍ରତି ଗୁରୁତ୍ୱ ଦେବା ନିମନ୍ତେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି କହିଥିଲେ । ଏହା ସହ ବେଆଇନ ଭାବେ ଚାଲାଣ ହେଉଥିବା ଲଘୁ ଖଣିଜ ଦ୍ରବ୍ୟ ଉପରେ ନୀୟମିତ ଚଢଉ କରିବା, ସରକାରୀ ଜମିକୁ ଚିହ୍ନଟ କରି ସରକାରୀ ଖାତାକୁ ଆଣିବା, ବେଆଇନ ଇଟା ଭାଟି ଉପରେ ନୀୟମିତ ଚଢଉ କରିବା, ଗ୍ରାମକଣ୍ଠକ ପଟ୍ଟା ପ୍ରଦାନ କରିବା ଏବଂ ବିଭିନ୍ନ କାର୍ଯ୍ୟ ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଆସିଷ୍ଟାଂଟ୍ କଲେକ୍ଟର ବିକ୍ରମ ଦୋରାଙ୍କ ସମେତ ଦୁଇଟି ତହସିଲ ଅନ୍ତର୍ଗତ ସମସ୍ତ ଆରଆଇମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here