ଧର୍ମଗଡ (ଓବି ନ୍ୟୁଜ୍) (ସୁଧୀର ୟାଦବ) ; କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ପର୍ଲା ଶିଶୁ ମନ୍ଦିରରେ କାରଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି ।ଏ ଥିରେ ମୁଖ୍ୟ ଅତିଥିଭାବେ ଶିଶୁମନ୍ଦିର ପରିଚାଳନା ସଭାପତି ହୃଷିକେଶ ସାହୁ, ଓ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ସନାତନ ସାହୁ ଯୋଗ ଦେଇଥିଲେ ଓ ମଚଂ ପରିଚାଳନା ପ୍ରଧାନଗୁରୁଜୀ ସୁଧୀର ଗୋପାଳ କରିଥିଲେ ଓ କାରଗିଲ୍ ବିଜୟ ଦିବସ ବିଷୟରେ କହିଥିଲେ । ୧୯୯୯ ଜୁଲାଇ ୨୬ରେ ଭାରତୀୟ ସେନାର ବିଜୟ ସଫଳ ଅଭିଯାନକୁ କାରଗିଲ ଦିବସ ଭାବେ ପାଳନ କରାଯାଇଥାଏ । ଷାଠିଏ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା । ଯୁଦ୍ଧରେ ସହିଦ୍ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ସହିଦ୍ ସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସହିଦ ଯବାନମାନଙ୍କୁ ମନେପକାଇବା ପାଇଁ ଜୁଲାଇ ୨୬କୁ ୧୭ ବର୍ଷ ହେଲା ବିଜୟ ଦିବସ ଭାବରେ ପାଳନ କରାଯାଉଛି । ଭାରତର କୋଟି କୋଟି ଜନତାଙ୍କ ସୁରକ୍ଷା ପାଇଁ ଯବାନମାନେ ନିଜ ଜୀବନକୁ ବାଜି ଲଗାଇଥିବାରୁ ତାଙ୍କୁ ମନେପକାଇବା ଆମର ମଧ୍ୟ ଦାୟିତ୍ୱ ରହିଛି । କେବଳ ସେତିକି ନୁହେଁ ସହିଦ ଯବାନମାନଙ୍କ ବିଷୟରେ ଆମକୁ ମଧ୍ୟ କିଛି ଜାଣିବାର ଆବଶ୍ୟକତା ରହିଛି । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟରରେ ଲେଖିଛନ୍ତି, ଯବାନଙ୍କୁ ନେଇ ଆମେ ଗର୍ବିତ ।
କେବେ ଓ କେଉଁଠାରେ :
-ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ କଶ୍ମୀରର କାରଗିଲ ଜିଲ୍ଲାରେ ୧୯୯୯ ମେ-ଜୁଲାଇ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା ।
-ପାକିସ୍ତାନ ଆର୍ମି ଚିଫ ଜେନେରାଲ ପରଭେଜ ମୁଶାରଫଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଅଜାଣତରେ ଏହି ଯୁଦ୍ଧ ହୋଇଥିଲା ।
-ପାକିସ୍ତାନର ଅନୁପ୍ରବେଶକାରୀ ଓ ଆତଙ୍କବାଦୀମାନେ ଭାରତ ମାଟିକୁ ପ୍ରବେଶ କରିଥିଲେ ।
-ଯୁଦ୍ଧ ର୍ପୂବରୁ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ପୂରାପୂରି ପ୍ରସ୍ତୁତ ହୋଇ ଆସିଥିଲେ ।
-କାରଗିଲ ବିଜୟ ପରେ ଭାରତୀୟ ସେନା ୧୯୯୯ ଜୁଲାଇ ୨୬କୁ ବିଜୟ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲା ।
-ସେନା ପକ୍ଷରୁ ସ୍ୱଷ୍ଟ କରାଯାଇ ଥିବା ସୂଚନା ଅନୁସାରେ ଏହି ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିବା ବେଳେ, ୩୫୭ରୁ ୪୫୩ ପାକିସ୍ତାନୀ ନିହତ ହୋଇଥିଲେ ।
ସେପଟେ ବୀର ପୁଅକୁ ହରାଇ ୧୯ବର୍ଷ ପରେ ବି ଶୁଖୁନି ପରିବାର ଲୋକଙ୍କ ଆଖିରୁ ଲୁହ । କାର୍ଗିଲ ଯୁଦ୍ଧରେ ସହିଦ୍ ଗଞ୍ଜାମ ଜିଲ୍ଲା ଆସିକାର ଉମାକାନ୍ତ ପଟ୍ଟନାୟକଙ୍କୁ ହରାଇ ଝୁରି ହେଉଛନ୍ତି ବାପା ମାଆ । ରାଜକିଶୋର ପଟ୍ଟନାୟକ ଓ କମଳକୁମାରୀଙ୍କ ବଡପୁଅ ଥିଲେ ଉମାକାନ୍ତ । ୧୦ମ ପାସ୍ କରିବା ପରେ ୧୯୯୯ରେ ଯୋଗ ଦେଇଥିଲେ ସେନାବାହିନୀରେ । ହେଲେ କାର୍ଗିଲ ଯୁଦ୍ଧରେ ଟ୍ୟାଙ୍କର ଡ୍ରାଇଭର ଭାବେ କାମ କରୁଥିବାବେଳେ ଶତୃପକ୍ଷର ଗୁଳିରେ ଟଳି ପଡିଥିଲେ । ଏହି ଖବର ଜଣାପଡିବା ପରେ ଆସିକା ସହର ସମେତ ଆସିକା ସହରରେ ଶୋକର ଛାୟା ଖେଳିଯାଇଥିଲା। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡା ଗାଁରେ ଆଖୁଳୀ ଚରଣ ବେହେରାଙ୍କ ସାନପୁଅ ସହିଦ ନିରଞ୍ଜନ ବେହେରା । ଇତି ମଧ୍ୟରେ ବିତିଗଲାଣି ୨୦ ବର୍ଷ ହେଲେ ଏବେବି ଦେଶ ପାଇଁ ଜୀବନ ଦେଇଥିବା ସହିଦ୍ ନିରଞ୍ଜନଙ୍କ ପାଇଁ ଗର୍ବିତ ଚାନ୍ଦବାଲିର ପାଙ୍ଗୁଡା ମାଟି ଓ ପରିବାର ଲୋକେ । ଶ୍ରୀ ସହିଦ ନିରଞ୍ଜନଙ୍କ ପାଇଁ ଗାଁ ଲୋକେ ଅନେକ କିଛି କରିବାକୁ ସ୍ବପ୍ନ ଦେଖିଥିଲେ। ସେ ପାଙ୍ଗୁଡାରୁ ଧାମରାକୁ ରାସ୍ତା କିମ୍ବା ଷ୍ଟାଡିଅମ୍ ସେସବୁ ପ୍ରଶାସନିକ ପ୍ରତିଶ୍ରୁତିରେ ରହିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦେଶ ପାଇଁ ଜୀବନ ଦେଇ ମାଟି ପାଇଁ ଗର୍ବ ଆଣିଦେଇଥିବା ଏହି ଲଢ଼ୁଆ ପୁଅ ପାଇଁ ନିଜକୁ ଦୁଃଖ ପ୍ରକାଶ କରନ୍ତି ସତ ହେଲେ ତାଠାରୁ ଅଧିକ ଗର୍ବ ମଧ୍ୟ ଅନୁଭବ କରନ୍ତି। ଆଜିର ଦିନରେ ସମସ୍ତେ ସହିଦ ନିରଞ୍ଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଏହି କାର୍ଯ୍ୟକ୍ରମ କୁ ଗୁରୁଜୀ/ ଗୁରୁମା ସୁଧୀର ରଞନ ଗୋପାଳ, ଜୌତି ରଞନ ଗୋପାଳ, କାମାକ୍ଷ ଦାସ,ଦିପାଞଳି ବାରିକ, ସଶ୍ମିତା ଦାଶ ସହଯୋଗ କରିଥିଲେ ।