ହିଞ୍ଜିଳିକାଟୁ ବ୍ଲକ୍ ରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସର ରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ

0
151

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) :- ଜିଲ୍ଲା ସଂସ୍କୃତି ପରିଷଦ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ମିଳିତ ଆନୁକୁଲ୍ୟରେ ହିଞ୍ଜିଳି ବ୍ଲକ ସଭା ଗୃହ ପରିସର ରେ ଜାତିର ପିତା ମହାତ୍ମାଗାନ୍ଧୀ ଓ କସ୍ତୁରବା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକ ସାଧାରଣ ସଭା ମହା ଆଡମ୍ବର ସହ ପାଳିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷ ଏନ. ରଘୁନାଥ ଅଧ୍ୟକ୍ଷତା ରେ ଏହି ସାଧାରଣ ସଭା ରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଦାଶରଥି ଭୂଇଁ ଯୋଗ ଦେଇ ଜାତିର ପିତାଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କ ରେ ଆଲୋକ ପାତ କରିଥିଲେ । ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଲକ୍ଷ୍ମୀକାନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ମୁନୁସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା,ପୂର୍ବତନ ବ୍ଲକ୍ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ବିଶିଷ୍ଟ ସମାଜସେବୀ ଡି. ବିଶ୍ଵନାଥ, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶୁକ୍ରୁ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାନ୍ଧୀ ଅହିଂସା ଓ ସତ୍ୟର ପ୍ରତୀକ ବୋଲି ସମ୍ବର୍ଧନା କରିଥିଲେ । ଏହି ସଭା ରେ ହିଞ୍ଜିଳିକାଟୁ ବ୍ଲକ୍ ର ବହୁ ଜନପ୍ରତିନିଧି, ଖମ୍ବେଆଦୋର କଲେଜ୍ ଅଧ୍ୟକ୍ଷ ରବୀନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here