ଶୁଭ ଲକ୍ଷ୍ମିଙ୍କୁ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ

0
43

ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) :- ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଗ୍ରାମର ସୁନା ଝିଅ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ଓଡିଶା ଜୁଡିସିଆଲ ସର୍ଭିସ୍ (ଓ ଜେ ଏସ୍) ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରି ବେଗୁନିଆପଡ଼ା ବ୍ଲକ ସମେତ ସାରା ଗଞ୍ଜାମ୍ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଶୁକ୍ରବାର ଦିନ ନିଜ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଓ ଗାଁ ବିଦ୍ୟାଳୟ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟ ଠାରେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିବା ସହ ଗ୍ରାମ ପରିକ୍ରମା କରି ଥିଲେ । ଏହା ପରେ ରାଧାକୃଷ୍ଣ ମନ୍ଦିର ପରିସରରେ ଗ୍ରାମ ସଭାପତି ଜୟରାମ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଆଇନ୍ ଜୀବୀ ଚକ୍ରପାଣି ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ବୁଲା ଜେନା, ପୂର୍ବତନ ସରପଞ୍ଚ ଦେବରାଜ ସ୍ୱାଇଁ, ବିଜୟ କୁମାର ନାୟକ ସମାଜସେବୀ ନାରାୟଣ ସୁମନ୍ତରାୟ, ମହେନ୍ଦ୍ର କୁମାର ଗଉଡ, ଭବାନି ପ୍ରସାଦ ପଟ୍ଟନାୟକ, ଯୋଗଦେଇ ଶୁଭଲକ୍ଷ୍ମୀ ର ପରିଶ୍ରମ, ସଫଳତାର ଗୁଣ ଗାନ କରିଥିଲେ । ଏହି ଅବସରରେ ଶୁଭଲକ୍ଷ୍ମୀ ଭଗବାନ, ବାପା ମା ଓ ଗୁରୁଜନଙ୍କ ଆଶୀର୍ବାଦ ଓ ନିଜ ପରିଶ୍ରମ ଯୋଗୁ ଏହି ସଫଳତା ମିଳିଥିବା କହିଥିଲେ । ସେ ଖଲ୍ଲିକୋଟ କୋର୍ଟ ର ବରିଷ୍ଠ ଆଇନ୍ ଜୀବୀ ଚକ୍ରପାଣି ସ୍ଵାଇଁ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ ଗୀତାଞ୍ଜଳି ସ୍ୱାଇଁଙ୍କ କନ୍ୟା । ଶୁଭଲକ୍ଷ୍ମୀ କଟକ ସ୍ଥିତ ମଧୁସୂଦନ ଲ କଲେଜ ରୁ ଏଲ୍ ଏଲ୍ ବି ପାସ୍ କରିବା ପରେ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ଲ କଲେଜ ରୁ ଏଲ୍ ଏଲ୍ ଏମ୍ ରେ ଉତ୍ତୀର୍ଣ୍ଣ ହୋଇ ଓ ଜେ ଏସ୍ ପାଇଁ ପରୀକ୍ଷାରେ ସପ୍ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର୍ ଏହି ସଫଳତା ପାଇଁ ବେଗୁନିଆପଡ଼ା, ଖଲ୍ଲିକୋଟ ସମେତ ବହୁ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here