ବାଲୁଙ୍କେଶ୍ୱର ବୋଲବମ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳ ।

0
77

ପାରଳାଖେମୁଣ୍ଡି (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) :- ବାଲୁଙ୍କେଶ୍ୱର ବୋଲବମ ସଂଘ, ଆଇନ ସହାୟତା କର୍ମୀ ଓ ଚନ୍ଦ୍ର ଶେଖର ମନ୍ଦିର ନିକଟସ୍ତ ଅଞ୍ଚଳ ବାସିନ୍ଦା ଙ୍କ ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ର ହାଟପଦା ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ବାଲୁଙ୍କେଶ୍ୱର ବୋଲବମ ସଙ୍ଘର ସୁଜିତ ପ୍ରଧାନ, ରୋକି ମହାରଣା, ସୁଶାନ୍ତ କୁମାର , ସୁଧାକର ଦାଶ୍ବ, ରାହୁଲ ଓ ଅନ୍ୟାନ୍ୟ କାଉଡ଼ିଆଙ୍କ ଶହ ପାରଳାଖେମୁଣ୍ଡି ଆଇନ ସହାୟତା କର୍ମୀ ଗୀତାଞ୍ଜଳୀ ରଥ ଏବଂ ବହୁ ଅଞ୍ଚଳ ବସିନ୍ଦା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବନ ବିଭାଗ ପକ୍ଷରୁ ମଗା ଜାଇଥିବା ବହୁ ବୃକ୍ଷ ରୋପଣ କରାଜୀବ ସହ ବୃକ୍ଷ ପୂଜନ କରା ଯାଇଥିଲା । ପରିବେଶର ସୁରକ୍ଷା ପାଇଁ ସୁଜିତ ପ୍ରଧାନ ଓ ଗୀତାଞ୍ଜଳୀ ରଥ ଅଞ୍ଚ ବାସୀଙ୍କୁ ସଚେତନତା ମୂଳକ ବାର୍ତା ଦେଇଥିଲେ । ଏହା ଦ୍ଵାରା ଆସନ୍ତା ଦିନରେ ଉକ୍ତ ଅଞ୍ଚଳରେ ଆହୁରି ଅନେକ ଗଛ ଲଗାଇବା ସହ ଏହାର ସୁରକ୍ଷା ପାଇଁ ସଚେତନ ହୋଇ ଥିବା ଦେଖିବାକୁ ମେଲିଥିଲା ।

LEAVE A REPLY

Please enter your comment!
Please enter your name here