ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ବେଗୁନିଆପଡ଼ା ବ୍ଳକ ପରିସରରେ କୃଷି ବିଭାଗ ପକ୍ଷରୁ ଫଲ୍ ଆର୍ମି ୱର୍ମ ଚିହ୍ନଟ ଓ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ଯୋଜନା ଅଧିକାରୀ ରାମ ମିଶ୍ର ଓ ନିମାଇଁ ଚରଣ ଦାସ ଯୋଗ ଦେଇ ଫଲ ଆର୍ମି ୱର୍ମର କିପରି ଚିହ୍ନଟ କରିବେ, ତାର ଲକ୍ଷଣ ପ୍ରତିକାର ଓ ପରିଚାଳନା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ । ଏହି ୱର୍ମ ପ୍ରଥମେ ମକା ଫସଲରେ ଦେଖା ଦେଇଥିବା ଯୋଗୁଁ ବିଶେଷ ଭାବରେ ମକା ଚାଷ ପ୍ରତି ଧ୍ୟାନ ଦେବା ସହ ଏହି ପୋକ ଯେପରି ଅନ୍ୟ ଫସଲକୁ ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦେବା ଦରକାର ବୋଲି କହି ଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଆତ୍ମା ଅଧ୍ୟକ୍ଷ କବିରାଜ ନାୟକ, ସହକାରୀ କୃଷି ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ଶୁଭଶ୍ରୀ ଜେନା ଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ