ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ମାଛ-ଚାଷ ଉପରେ ପ୍ରଶିକ୍ଷଣ

0
243

ଗଜପତି (ଓବି ନ୍ୟୁଜ୍) (ଗଣେଷ କୁମାର ରାଜୁ) :- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ମିଶନ ଶକ୍ତି ଓ ୱାର୍ଲଡ ଫିଶ୍ ‘ ର ମିଳିତ ସହଯୋଗରେ ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ର ଆର୍ଥିକ ସହାୟତାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା , ମତ୍ସ୍ୟଚାଷୀ ତାଲିମ କେନ୍ଦ୍ର ଠାରେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଂକ ଦ୍ୱାରା ପଂଚାୟତ ପୋଖରୀରେ ମାଛ ଚାଷ ସମ୍ପର୍କିତ ୨ ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ମାଛ ଚାଷ କରି କିଭଳି ଆତ୍ମ-ନିର୍ଭରଶୀଳ ହୋଇ ଆର୍ଥିକ ସ୍ଥିତିକୁ ବଢ଼ାଇ ପରିବାର ଭରଣ-ପୋଷଣ ରେ ସହାୟକ ହୋଇପାରିବେ , ସେ ଦିଗରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି’ର ଜିଲ୍ଲା ପ୍ରକଳ୍ପ ସଂଯୋଜକ-ରଶ୍ମି ରଂଜନ ସେଠୀ ,ୱାର୍ଲଡ ଫିଶ୍’ ର ଜିଲ୍ଲା ପରିଚାଳିକା(ତାଲିମ) ଶୁଶ୍ରୀ ଅଭିସିକ୍ତା ମିଶ୍ର , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଏବଂ ଜିଲ୍ଲା ପଂଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜ୍ଞାନ-କୌଶଳରେ ଉନ୍ନତ ମାନର ମାଛାଚାସ କରି କିଭଳି ଅଧିକ ଲାଭ ପାଇ– ପାରିବେ ତାହା ବୁଝାଇଥିଲେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁଯାୟୀ ଗ୍ରାମ ପଂଚାୟତ ପୋଖରୀକୁ ୩ ବର୍ଷିଆ ସୂତ୍ରରେ ନିଲାମ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ, ଅର୍ଦ୍ଧ-ସଘନ ମାଛ ଚାଷ କରି ହେକ୍ଟର ପିଛା-୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି , ସେଥିରୁ ୯୦ ହଜାର ଟଙ୍କା ଅର୍ଥାତ ୬୦ ପ୍ରତିଶତ ଟଙ୍କା ରିହାତି ପାଇପାରିବେ । ଅନ୍ୟପକ୍ଷରେ , ଗଜପତି ଜିଲ୍ଲାରେ ଗତ ୨୦୧୮-୧୯ ବର୍ଷରେ ମୋଟ ୨୭ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏହି କେନ୍ଦ୍ରୀୟ ଯୋଜନା ଆରକେଭିୱାଇ.ରେ ସାମିଲ କରାଯାଇଥିଲା । ଉନ୍ନତ ମାନର ମାଛ-ଯାଆଁଳା ଓ ଖାଦ୍ୟ ପ୍ରଭୃତି ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବ୍ଲକ ସ୍ତରରେ ଥିବା ସହକାରୀ ମତ୍ସ୍ୟ ଅଧିକାରୀ ମାନେ ବିଶେଷ ସାହାଯ୍ୟ କରିଥିଲେ । ଏମାନଙ୍କ ସମେତ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ,ପ୍ରାଣୀ-ମିତ୍ର , ଏବଂ ୱାର୍ଲଡ ଫିଶ୍’ ର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରମୁଖ ସହଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ଲାକଟନ ନେଟ ଏବଂ ପି-ଏଚ ପେପର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମାଛଚାଷ ପ୍ରଣାଳୀର ବିଭିନ୍ନ ଜ୍ଞାନ-କୌଶଳ ଉପରେ ସମ୍ପୂର୍ଣ ବିବରଣୀ ଦିଆଯାଇଥିଲା । ୨ ୟ ଦିନରେ ମଧ୍ୟ ମାଛର ସ୍ବାସ୍ଥ୍ୟ ସମ୍ଭନ୍ଧିୟ ଉପକାରୀତା , ମାଛଚାଷ ପାଈଁ ପୋଖରୀ ପ୍ରସ୍ତୁତି , ପୋଖରୀରେ ଉନ୍ନତ ମାନର ଯାଆଁଳା କିଭଳି ଛଡାଯିବ , ମାଛକୁ କିଭଳି ଖାଦ୍ୟ ଦିଆଯିବ , ମାଛଚାଷରେ ଅଧିକ ମାଛ ଅମଳ ପାଈଁ ପୋଖରୀ କିଭଳି ସଫା ରଖିବାକୁ ହେବ , ସେହି ସବୁ ଉପରେ ବିସ୍ତୃତ ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ମାନେ ଶୁଶ୍ରୀ-ମନୋସ୍ମିତା ନାୟକ-(ନୁଆଗଡ଼) , ଦେବାଶିଷ ସ୍ବାଇଁ(କାଶୀନଗର)ଶୁଭଶ୍ରୀ ପାଲ (ଗୋଷାଣୀ) , ଏବଂ ମନୋରଞ୍ଜନ ପାତ୍ର (ଗୋସାଣୀ) ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ମତ୍ସ୍ୟଚାଷ ଫାର୍ମ ଏବଂ ଏକସପୋଜର ଭିଜିଟ ‘ରେ ଗଜପତି ଜିଲ୍ଲା କାଶୀନଗର ବ୍ଲକର ପେଦାମାଡ଼ି ଗ୍ରାମ ସ୍ଥିତ ମତ୍ସ୍ୟ-ଫାର୍ମ ସ୍ଥାନକୁ ନେଇ ଏବଂ ଦେଖାଇ ସେଠାରେ ବୈଜ୍ଞାନିକ ପଦ୍ଧତିରେ ମାଛଚାଷର ବିଭିନ୍ନ ଦିଗ ଉପରେ ମତ୍ସ୍ୟ ଅଧିକାରୀ ମାନେ ବୁଝାଇଥିଲେ ଏଥିରେ ଶ୍ରୀକାନ୍ତ ପଟନାୟକ-ବିପିସି-କାଶୀନଗର ଲାବନ ରଇତ-ବିପିସି-ଗୋସାଣୀ ମନୋଜ ପାଣି-ବିପିସି-ନୁଆଗଡ଼ ଏବଂ ନମିତା କୁମାରୀ ପ୍ରଧାନ- ପ୍ରାଣୀ-ମିତ୍ର(ନୁଆଗଡ଼) ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here