ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କ ଉନ୍ମତ କାଣ୍ଡରେ ମହିଳା ଗୁରୁତର

0
90

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ; ହିଂଜିଳିକାଟୁ ଥାନା ପିତଳ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଜୈନିକ ମାନସିକ ବିକାର ଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ ଘଟାଇ କୋଡ଼ିରେ ଆକ୍ରମଣ କରି ରାମଚନ୍ଦ୍ରପୁର ଗ୍ରାମର ନମିତା ଗୌଡ଼(୪୬) ଆହତ ହୋଇଛନ୍ତି । ଘଟଣା ପ୍ରକାଶ ଯେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ମହିଳା ଜଣକ ପିତଳ ନିକଟସ୍ଥ ଚାଷ ଜମିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ପିତଳ ଛକ ନିକଟରେ ଜୈନିକ ମାନସିକ ବିକାର ଗ୍ରସ୍ତ ଯୁବକ ହାବୁଡେ ପଡ଼ିବାରୁ ହଠାତ ମହିଳା ଜଣକ ଧରିଥିବା କୋଡ଼ିକୁ ଛଡ଼ାଇ ଆଣି କୋଡ଼ିରେ ମହିଳାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଗୁରୁତର ମହିଳା ଜଣକ ହିଂଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ସୁରେନ୍ଦ୍ର ଗୌଡ଼ଙ୍କ ସ୍ତ୍ରୀ ନମିତା ଗୌଡ଼ ବୋଲି ଜଣାପଡ଼ିଛି ।ସ୍ଥାନୀୟ ଲୋକେ ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଲୋକେ ଯୁବକକୁ କାବୁ କରି ପୁଲିସ କୁ ଖବର ଦେବା ପରେ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ମାନସିକ ବିକାର ଗ୍ରସ୍ତ ଯୁବକଙ୍କୁ ଥାନାକୁ ଆଣି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here