ଆହାର କେନ୍ଦ୍ରରେ ହୋହାଲ୍ଲା, ଦୁର୍ଗନ୍ଧ ପାଣିକୁ ନେଇ ଉତ୍ତେଜନା

    0
    34

    ଦିଗପହଣ୍ଡି (ଓବି ନ୍ୟୁଜ୍) (ଶିବ ପ୍ରସାଦ ରଥ) ;ଦିଗପହଣ୍ଡି ସହରର ନୂତନ ବସଷ୍ଟାଣ୍ଡ୍ ପରିସରରେ ରହିଥିବା ଆହାର କେନ୍ଦ୍ରରେ ଆଜି ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ଆହାର କେନ୍ଦ୍ରରେ ଦୈନିକ ୫୦୦ ଜଣଙ୍କ ପାଇଁ ମନା ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ଯୋଗାଣ ହେଉଥିବା ବେଳେ ଦିନକୁ ଦିନ ଖାଦ୍ୟର ମାନ କମୁଥିବା ଅଭିଯୋଗ ହୋଇଛି । ସେହିପରି ନିୟମିତ ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ଆହାର କେନ୍ଦ୍ରରେ ସବୁ ସାମଗ୍ରୀ ଏବେ ପରିତ୍ୟକ୍ତ ହୋଇ ଯାଉଛି ବୋଲି ଅଭିଯୋଗ ହୋଇଛି । ଆହାର କେନ୍ଦ୍ରରେ ଭାତ ଡାଲମା ଖାଇବା ପରେ ରିଭର୍ସ ଅସମୋସିସ୍ ୱାଟର୍ ଜରିଆରେ ବିଶୁଦ୍ଧ ପାଣି ଯୋଗାଇଦିଆଯାଉଛି । ହେଲେ ଗତ ଦୁଇ ଦିନ ହେଲା ଉକ୍ତ ପାଣିରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଉକ୍ତ ଦୁର୍ଗନ୍ଧ ପାଣିକୁ କେନ୍ଦ୍ର କରି ଆହାର କେନ୍ଦ୍ରରେ ଖାଦ୍ୟ ଖାଇବାକୁ ଆସିଥିବା ବ୍ୟକ୍ତି ବିଶେଷ ମାନେ ହୋହାଲ୍ଲା କରିଥିଲେ । ଫଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପରିସ୍ଥିତିରେ ଶାନ୍ତ ଫେରିଥିଲା । ଆହାର କେନ୍ଦ୍ରର ପାଣି ଟାଙ୍କି କିମ୍ବା ବୋରିଂ ସବୁ ସଫେଇ କରିଲେ ପୁନଶ୍ଚ ବିଶୁଦ୍ଧ ପାଣି ଯୋଗାଣ ହୋଇପାରିବ ଏବଂ ଦୁର୍ଗନ୍ଧ ମୁକ୍ତ ହୋଇପାରିବ ବୋଲି ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

    LEAVE A REPLY

    Please enter your comment!
    Please enter your name here