ପୂର୍ବ ଶତୃତାରୁ ସଂଘର୍ଷ, ବାପ ପୁଅ ଗୁରୁତର, ଥାନାରେ ଏତଲା

0
37

ଦିଗପହଣ୍ଡି (ଓବି ନ୍ୟୁଜ୍) (ଶିବ ପ୍ରସାଦ ରଥ) ; ଦିଗପହଣ୍ଡି ଥାନା ଅଧିନସ୍ଥ ବଡଡୁମୁଳା ଗ୍ରାମରେ ପୂର୍ବଶତୃତାକୁ କେନ୍ଦ୍ର କରି ଶୁକ୍ରବାର ସକାଳେ ସଂଘର୍ଷ ଘଟିଛି । ଏଥିରେ ବଡଡୁମୁଳା ଗ୍ରାମର ବାପା ସୁରେନ୍ଦ୍ର ସେଠି ଏବଂ ତାଙ୍କ ପୁଅ ସରୋଜ ସେଠି ଆହତ ହୋଇଛନ୍ତି । ଉଭୟେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଥାନାରେ ଏତଲା ଦେଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପ୍ରକାଶଯେ, ବଡଡୁମୁଳା ଗ୍ରାମର ସରୋଜ ନିଜ ଘର ସମ୍ମୁଖରେ ବସିଥିବା ବେଳେ ପଡୋଶୀ ବିଳାସ ସେଠୀଙ୍କ ସହିତ କୌଣସି ବିଷୟକୁ ନେଇ ବାକ୍ ବିତଣ୍ଡା ହୋଇଥିଲା । ପରେ ପିଙ୍କୁ ସେଠି ଏବଂ ଚରଣ ସେଠି ଏକ ଲୁହା ଛଡରେ ସରୋଜ ଏବଂ ତାଙ୍କ ବାପା ସୁରେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁରେନ୍ଦ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବା ବେଳେ ସରୋଜଙ୍କ ଦେହ ସାରା କ୍ଷତବିକ୍ଷତ ହୋଇଯାଇଛି । ସେହିପରି ସରୋଜଙ୍କ ମା ବିଜୁଳି ସେଠି ଘଟଣା ସ୍ଥଳକୁ ଆସି ଗଣ୍ଡଗୋଳ ଛଡାଇବା ବେଳେ ତାଙ୍କୁ ମଧ୍ୟ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଦିଗପହଣ୍ଡି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here