କାରଗିଲ ବିଜୟ ଦିବସରେ ବୃକ୍ଷରୋପଣ

0
26

ବୀରମହାରାଜପୁର(ଓବି ନ୍ୟୁଜ)(ସୂର୍ଯ୍ୟନାରାୟଣ ପଣ୍ଡା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବମରାଜ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାରଗିଲ ବିଜୟ ଦିବସ ଅବସରରେ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ପ୍ରଧାନ ଶିକ୍ଷକ ସୁରେଶ ସୁମଥଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ କରାଯାଇଥିଲା ! ଏଥିରେ ଅତିଥି ଭାବରେ ପତଞ୍ଜଳି ଯୁବ ରାଜ୍ୟ ସଦସ୍ୟ ମନୋଜ ପଣ୍ଡା ଯୋଗଦେଇ କାରଗିଲ ବିଜୟରେ ଯବାନ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ! ଏହି ଅବସରରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଙ୍କ ସୃତି ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍କୁଲ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ, ରାଧେଶ୍ୟାମ କର୍ଣ୍ଣା, ରତ୍ନାକର ସୂରୁଜାଲ, ବିଭୁତି ଭୂଷଣ ତାଣ୍ଡି ତଥା ଅଭିଭାବକ ପ୍ରମୁଖ ଉପସ୍ଥିତ ରହିଥିଲେ !

LEAVE A REPLY

Please enter your comment!
Please enter your name here