ମଦ ରନ୍ଧାକୁ ନେଇ ବଚସା: ୨ ବନ୍ଧୁକଧାରୀ ଗିରଫ

0
131

ଜୁନାଗଡ଼(ଓବି ନ୍ୟୁଜ)(ବିମଲ ଚନ୍ଦ୍ର ଶତପଥୀ): ଜଙ୍ଗଲରେ ବେଆଇନ ଭାବେ ମଦ ରାନ୍ଧୁଥିବା ଦୁଇ ଜଣଙ୍କୁ ଜୁନାଗଡ଼ ପୋଲିସ୍ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଜୁନାଗଡ଼ ଥାନା ଅନ୍ତର୍ଗତ ସୁଫେଲ ଓ କୁରୁଲି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଦିନେସ୍ ଦାନି ଓ ହଳଧର ଦାନି ଦୁଇଟି ବନ୍ଧୁକ ଧରି ସେଠାରେ ମଦ ରାନ୍ଧୁଥିଲେ । ଠିକ୍ ସେହି ସମୟରେ କୋଟିଙ୍ଗ୍ ପଦର ମଦ ଭାଟିର ୫ଜଣ ବିହାରି ମହୁଲ କିଣିବା ପାଇଁ ସେହି ରାସ୍ତା ଦେଇ ଯାଉଥିଲେ । ମଦ ରନ୍ଧା ଯାଉଥିବା ଦେଖି ସେଠାକୁ ଯାଇଥିଲେ । କାହିଁକି ଏଠାରେ ମଦ ରାନ୍ଧୁଛ ବୋଲି ପ୍ରଶ୍ନ କରିଥିଲେ ।

ଏହାକୁ ନେଇ ଏମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା । ଏହାକୁ ନେଇ ମଦ ରାନ୍ଧୁଥିବା ଦୁଇ ଜଣ ପାଖରେ ଧରିଥିବା ବନ୍ଧୁକ ବାହାର କରି ବିହାରି ମାରିଦେବାକୁ ଉଦ୍ୟମ କରିଥିଲେ । ଏହାକୁ ବିରୋଧ କରି ଉକ୍ତ ୫ଜଣ ବଳପୂର୍ବକ ଭାବେ ଦୁଇଜଣ ବନ୍ଧୁକଧାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସଙ୍ଗେ ସଙ୍ଗେ ଉକ୍ତ ଘଟଣା ସଂପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ୍ ସଙ୍ଗେ ସଙ୍ଗେ ଉକ୍ତ ଘଟଣା ସ୍ଥଳରେ ପହଚିଂ ଥିଲେ । ଉକ୍ତ ଅଚଂଳଟି ଦୁର୍ଗମ ହୋଇଥିଲେ ସୁଦ୍ଧା ପୋଲିସ୍ ଘଟଣା ସ୍ଥଳରେ ପହିଚିଂ ଗୋଟିଏ ବଡ଼ଧରଣର ଘଟଣାକୁ ଏଡ଼ାଇ ଦେଇଥିଲେ । ଏହାକୁ ନେଇ ଉକ୍ତ ଅଚଂଳରେ ପୋଲିସର କାର୍ଯ୍ୟକୁ ଭୂୟସିଂ ପ୍ରଶଂସା କରାଯାଇଛି । ଅନ୍ୟ ପକ୍ଷେ ଉକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ଥାନା ଅଧିକାରୀ ପ୍ରଭାତ କୁମାର ସେଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here