ଆଂଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ଦାସ ଆଉ ନାହାନ୍ତି

0
137

ବେଲଗୁଣ୍ଠା(ଓବି ନ୍ୟୁଜ)(ସନ୍ତୋଷ କୁମାର ବିଷୋୟୀ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଂଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଆମ୍ବୁଲାନ୍ସ ମଧ୍ୟରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ନେଉଥିବାବେଳେ ହିଂଜିଳିକାଟୁ ନିକଟରେ ଅକାଳ ବିୟୋଗ ଘଟିଛି । ମହାବିଦ୍ୟାଳୟରେ ୩୬ତମ ସ୍ୱନକ୍ଷତ୍ର ଉତ୍ସବ ପାଇଁ ବୈଠକ ଚାଲିଥିବା ସମୟରେ ହଠାତ ଶ୍ରୀ ଦାସ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ନିଆଯିବା ସମୟରେ ରାସ୍ତାରେ ମୃତ୍ୟୁବରଣ କରିଥିଲେ । ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ଦାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା, ଭଂଜନଗର ଓ ସୋରଡ଼ା ଅଂଚଳରେ ଶୋକର ବାତାବରଣ ଖେଳିଯାଇଛି । ସ୍ୱର୍ଗତ ଦାସ ଗୋବରା ପ୍ରଫୁଲ କୁମାରୀ ମହିଳା ମହାବିଦ୍ୟାଳୟ, ଦୋଡ଼ଙ୍ଗା ଉଚ୍ଚବିଦ୍ୟାଳୟ, ବାସୁଦେବପୁର ବାଳିକା ଉଚ୍ଚବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଗଂଜାମ ସାକ୍ଷରତା ଅଭିଯାନର ଜଣେ ପୁରୋଧା ଭାବେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲେ । ଭଂଜନଗର ରୋଟାରୀ କ୍ଲବର ପ୍ରଥମ ସଭାପତି, ବେଲଗୁଣ୍ଠା ପ୍ରେସ କ୍ଲବର ଉପଦେଷ୍ଟା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ଦାୟିତ୍ୱ ତୁଲାଇଥିଲେ । ସ୍ୱର୍ଗତ ଦାସଙ୍କ ଧର୍ମପତ୍ନୀ ଗୋବରା ପ୍ରଫୁଲ କୁମାରୀ ମହିଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମାମା ପରିଡ଼ା ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗାଙ୍ଗପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବିଶ୍ୱଭାରତୀ ଅଧ୍ୟକ୍ଷା କୁଞ୍ଜବୁହାରୀ ନାୟକ, ବଡ଼ମେଡିକାଲକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ଶବ ନିଜ ଗ୍ରାମ ବିରିପୁରେ ପହଂଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅଂଚଳର ବହୁ ବଦାନ୍ୟ ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here