ନିଘୋଡ଼ ନିଦ୍ରାରେ ଅବାକରୀ ବିଭାଗ: ମଦ ବେପାରୀ ସକ୍ରିୟ

0
91

ପୁରୁଷୋତମପୁର(ଓବି ନ୍ୟୁଜ)(ସୁନୀଲ କୁମାର ସାହୁ): ନିଘଡ଼ ନିଦରେ ଶୋଇଛି ପୁରୁଷୋତମପୁର ଅବକାରୀ ବିଭାଗ । ଖୁଲମ୍ ଖୁଲା ଭାବେ ଚାଲିଛି ମଦର ଆସର । ସୂର୍ଯ୍ୟ ଉଦୟ ହେବା ଠାରୁ ଆରମ୍ଭ ହେଉଛି ମଦୁଆଙ୍କ ଭିଡ଼ । ତାହା ବି ପୁଣି ସର୍ବସାଧାଣ ସ୍ଥାନରେ । ଏପରିକି ମଦୁଆ ମାଫିଆଙ୍କ ରାଜୁତି ବଢ଼ି ଯାଇଛି ଯେ, ବିଦ୍ୟାଳୟ ଏବଂ ବ୍ୟାଙ୍କ ନିକଟରେ ମଧ୍ୟ ସେମାନେ ବାଦ୍ ଦେଉନାହାନ୍ତି । ସରକାର ଅଧିକ ରାଜସ୍ୱ ଆଦାୟ ଆଳରେ ମାଳ ମାଳ ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରୁଥିବା ବେଳେ ଦିନକୁ ଦିନ ମଦୁଆଙ୍କ ମଧ୍ୟ ଆଡ୍ଡା ବୃଦ୍ଧି ପାଇବାକୁ ଲାଗିଛି । ସରକାରୀ ନୀୟମ ଅନୁଯାୟୀ କୌଣସି ବିଦ୍ୟାଳୟ, ମନ୍ଦିର, ବ୍ୟାଙ୍କ, ଡ଼ାକ୍ତରଖାନା ପରି ସ୍ଥାନରେ ମଦ ବିକ୍ରୟ ହୋଇପାରିବ ନାହିଁ । କିନ୍ତୁ ଏହି ସରକାରୀ ନୀୟମକୁ ମଦ ବେପାରୀ ମାନେ ଖୁଲମଖୁଲା ଭାବେ ଭାଙ୍ଗୁଥିବା ନଜିର ମଧ୍ୟ ରହିଛି । ଏହାର ଜଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ଭାଟକୁୁମୁରଡ଼ା ଗ୍ରାମରେ । ଉକ୍ତ ଗ୍ରାମରେ ରହିଥିବା ବିଭିନ୍ନ ସରକାରୀ ବିଦ୍ୟାଳୟ ଏବଂ ବ୍ୟାଙ୍କ ନିକଟରେ ଦେଶୀ ମଦ ଭାଟି ମାନ ରହିଛି । ସର୍ବଦା ମଦୁଆଙ୍କ ଏପରି ଭିଡ଼ ଜମୁଛି ଯେ, ଉକ୍ତ ରାସ୍ତା ଦେଇ ଛୋଟଛୋଟ କମଳମତି ଛାତ୍ରଛାତ୍ରୀ ଯିବା ଆସିବା କରିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡ଼ିଛି । ବହୁ ସମୟରେ ମଦୁଆଙ୍କ ମଧ୍ୟରେ ବଚସା ମଧ୍ୟ ଘଟି ଉଭୟଙ୍କ ମଧ୍ୟରେ ମାର୍ପିଟ୍ ମଧ୍ୟ ହେଉଥିବା ନଜିର ରହିଛି । ଏପରିକି ବହୁ ସମୟରେ ମଦ ବ୍ୟବସାୟୀ ଓ ମଦୁଆଙ୍କ ମଧ୍ୟରେ ମଧ୍ୟ ଜୋରଦାର୍ ଗଣ୍ଡୋଗଳ ଘଟି ମାର୍ପିଟ୍ ମଧ୍ୟ ହେଉଛି । ଗ୍ରାମରେ ରହିଥିବା ବ୍ୟାଙ୍କ୍ ନିକଟସ୍ଥ ସ୍ଥାନରେ ଏକ ଦେଶୀ ମଦ ଭାଟି ରହିଛି । ଫଳରେ ଜନସାଧାରଣ ବ୍ୟାଙ୍କକୁ ଟଙ୍କା ଉଠାଇ ମଧ୍ୟ ସୁରକ୍ଷିତ ମନୁନାହାନ୍ତି । କେତେବେଳେ ଯେ, ମଦୁଆଙ୍କ କୋପ ଦୃଷ୍ଟି ପଡ଼ିବ ସେ ନେଇ ଅଚଂଳବାସୀ ଭୟରେ କାଳତିପାତ କରୁଛନ୍ତି । ଉକ୍ତ ଗ୍ରାମରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୁଇଟି ଦେଶୀ ମଦ ଭାଟି ରହିଛି । ହେଲେ ସେମାନେ ସେମାନଙ୍କର ଭଲ ବ୍ୟବସାୟୀକୁ ଦୃଷ୍ଟିରେ ରଖି ସରକାର ପ୍ରଦାନ କରିଥିବା ଅଚଂଳରେ ନିଜର ବ୍ୟବସାୟ ନକରି ଜନଗହଳିପୂର୍ଣ୍ଣ ସ୍ଥାନ ତଥା ବ୍ୟାଙ୍କ ଏବଂ ସରକାରୀ ବିଦ୍ୟାଳୟ ନିକଟରେ ସେମାନଙ୍କର ଆସର ଖୋଲି ଦେଇଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ଘଟଣା ସଂପର୍କରେ ଅବକାରୀ ବିଭାଗ ଅବଗତ ଥିଲେ ମଧ୍ୟ କାହିଁକି ନିଘୋଡ଼ ନିଦ୍ରାରେ ଶୋଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ଅନ୍ୟ ପକ୍ଷେ ଅବକାରୀ ବିଭାଗର କାର୍ଯ୍ୟ ଭାରକୁ ତୁଲାଉଛି ପୁରୁଷୋତମପୁର ଥାନା ପୋଲିସ । ବହୁବାର ଉକ୍ତ ଅଚଂଳକୁ ପୋଲିସ ଯାଇ ବହୁବାର ମଦ ବେପାରୀଙ୍କୁ ତାଗିଦ୍ କରୁଛି ଏବଂ ବହୁ ସମୟରେ ବେଆଇନ ଭାବେ ମଦକୁ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରୁଥିବାର ମଧ୍ୟ ନଜିର ରହିଛି । ଏହି ସବୁ ସତ୍ୱେ ମଦ ବେପାରୀଙ୍କ ଏପରି କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏଥି ପ୍ରତି ଅବକାରୀ ବିଭାଗ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବେଆଇନ ଭାବେ ଗଢ଼ି ଉଠିଥିବା ମଦ ଭାଟିକୁ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here