ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

0
46

ବୁଗୁଡ଼ା(ଓବି ନ୍ୟୁଜ)(ଅନିଲ ପଟ୍ଟନାୟକ): ବୁଗୁଡ଼ା ଥାନା ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକ ଯମୁନା ଗ୍ରାମର ନୀଳାମ୍ବର ଖଟେଇଙ୍କ ଏକମାତ୍ର ପୁଅ ମନୋଜ ଖଟେଇ (୩୫) ବୋଲି ଜଣାପଡ଼ିଛି । ଖବର ପାଇ ବୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ୧୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଭଂଜନଗର ପଠାଇଥିବା ଜଣାପଡ଼ିଛି । ମନୋଜ ପ୍ରାୟ ୧୦ ବର୍ଷ ତଳେ ଭାମଶ୍ୟାଳି ଗ୍ରାମର ପ୍ରଫୁଲ ଭୋଳଙ୍କ ଝିଅ ମନ୍ଦାକିନିଙ୍କୁ ବିବାହ କରିଥିଲେ ଏବଂ ସୁରଟରେ କାମ କରୁଥିବା ମନୋଜ ବହୁ ସମୟରେ ମଦ୍ୟପାନ କରୁଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗିରହୁଥିଲା । ମନୋଜ ଗତକାଲି ଭାମଶ୍ୟାଳି ଗ୍ରାମକୁ ଆସି ଶ୍ୱଶୁର ଘରେ ରହିଥିଲେ । ସକାଳୁ ଶିଶୁ ଶ୍ୱଶୁର ବିଲକୁ ଯାଉଥିବାବେଳେ ମନୋଜ ଗ୍ରାମ ନିକଟ ଆମ୍ବିଳିଝର ଶିବ ମନ୍ଦିର ନିକଟ ତୋଟାକୁ ଆସି ବିଷପାନ କରି ପଡ଼ିଥିବା କିଛି ଲୋକ ଦେଖିବା ପରେ ତାକୁ ପରିବାର ଲୋକେ ତୁରନ୍ତ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିବା ସହ ପୁଲିସକୁ ଖବର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here