ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମେଗା ରକ୍ତଦାନ ଶିବିର

0
104

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ସମାଜସେବୀ, ପରୋପକାରୀ ସୁଖଦୁଃଖର ସାଥୀ, ନାଟ୍ୟକାର ତଥା ଚଳଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆଜି ସ୍ୱର୍ଗତ ପଟ୍ଟନାୟକଙ୍କ ପୁତ୍ର ସୁଧୀର ପଟ୍ଟନାୟକ ଓ ବୋହୂ ସମାପ୍ତି ପଟ୍ଟନାୟକଙ୍କ ଉଦ୍ୟମରେ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଏକ ମେଗା ରକ୍ତଦାନ ଶିିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହା ସହ ଏପରି ରକ୍ତଦାନ ଏକ ମହତ୍ କାର୍ଯ୍ୟ ବୋଲି କହିବା ସହ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପୁଅ ବୋହୂଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତା, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ସାଲ୍ ବଂଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡି, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରସାନ୍ତ କୁମାର ପଣ୍ଡା, ସମାଜସେବୀ ରାଜେନ୍ଦ୍ର ସାହୁ, ପୂର୍ବତନ କାଉନସିଲ ବି. ରାଜୁ ବାବୁ, କ୍ରୀଡ଼ାବିତ ପୂର୍ଣ୍ଣଚନ୍ଦ୍ର ବେହେରା,ସମର୍ଥ ଅନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓ , ପିଟି ଶିକ୍ଷକ କେ. ସୁନୀଲ ରାଓ, ପୂର୍ବତନ ସରପଂଚ ପଦିଆ ଦାଶ, ମତ୍ସ୍ୟଜୀବୀ ନେତା ଏମ୍ . ଗୁମାଲି, ଅଗସ୍ତିନୂଆଗାଁ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ସ୍ୱାଇଁ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, ବିଜେଡ଼ି ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣାଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଭିନ୍ନ ରାଜନୈତିକ ଦଳର ନେତା, ସମାଜସେବୀ, ଶିକ୍ଷାବିତ, କ୍ରୀଡ଼ାବିତ, ଯୁବକ , ଛାତ୍ର ଓ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କୁ ଭଲପାଉଥିବା ତାଙ୍କର ସମର୍ଥକମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକ ନିଜ ଜନ୍ମ୍ମ ଦିନ ଦିବସରେ ମେଗାରକ୍ତଦାନ ଶିବିର କରି ଆସୁଥିବା ବେଳେ ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ଏହି କାର୍ଯ୍ୟକ୍ରମକୁ କରି ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here