ଚାନ୍ଦିପୁଟ ହାଟ ସତା ହରାଇବାକୁ ବସିଲାଣି

0
380

ମୋହନା (ଓବି ନ୍ୟୁଜ) (ସୁବିତ କୁମାର ନାୟକ ): ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ସାପ୍ତାହିକ ହାଟ ପ୍ରତ୍ୟେକ ଶନିବାର ଦିନ ହାଟ ବଜାର ବସେ । ପ୍ରାୟ ସମସ୍ତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଗରିବ ଅଧିବସୀମାନେ ଏହି ହାଟ ଉପରେ ନିର୍ଭର କରିଥାନ୍ତି ଏବଂ ବ୍ୟବସାୟ କରିବା ନିମନ୍ତେ ଆସିଥାନ୍ତି। ଯଥା – ଗୋରୁ , ଗାଈ, ଛେଳି,କୁକୁଡ଼ା, ପନିପରିବା, ଡ୍ରେସ ଓ ଦୈନୋନ୍ଦିନ ଆବଶ୍ୟକ ଜିନିଷ ଏହି ହାଟରେ ମିଳିଥାଏ । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ଏହି ହାଟ ଚାନ୍ଦିପୁଟଠାରେ ହୋଇଆସୁଛି, ଆଗରେ ଦୁଇଦିନ ଧରି ହାଟ ରହୁଥିଲା, କିନ୍ତୁ ବର୍ତ୍ତମାନ ଏବେ ଦିନ ହାଟ ବସେ । ଗାଈ-ବଳଦ ହିଞ୍ଜିଳିକାଟୁ, ଆସ୍କା, ଭଞ୍ଜନଗର, ଶେରଗଡ଼ ଠାରୁ ପ୍ରତ୍ୟେକ ସପ୍ତାହରେ ବ୍ୟବସାୟୀମାନେ ନେଇ ଆସିଥାନ୍ତି ଏବଂ ଏହି ହାଟରେ ତାହା ବିକ୍ରି କରିଥାନ୍ତି । ଠିକ୍ ସେହଭଳି ଛେଳି ମଧ୍ୟ ଏଠାକୁ ବ୍ୟବସାୟ କରିବା ପାଇଁ ଅଣାଯାଇଥାଏ । ଏହି ଛେଳିକୁ ବ୍ରହ୍ମପୁରରୁ ଆସିଥିବା ପଠାଣମାନେ ନେଇଯାଇଥାନ୍ତି । ଏହା ବ୍ୟତୀତ ଦିଗପହଣ୍ଡି, ପୁଡାମାରୀ, ଶେରଗଡ଼, ଡେଙ୍ଗାଓସ୍ତାରୁ ଲୁଗା ବ୍ୟବସାୟୀମାନେ ନେଇ ଆସିଥାନ୍ତି । ଘୋରୋଇ ସାମଗ୍ରୀ ଜିନିଷ ରସର ରସହାଣ୍ଡି, ପିତଳହାଣ୍ଡି, କଂସା ବାସନ କୁସନ ଏହି ହାଟରେ ମିଳିଥାଏ ।


ମୋହନା ବ୍ଲକ ପାଇଁ ଏହି ହାଟଟି ଗୁରୁତ୍ୱପୂର୍ଣ୍ଣ , ଏହି ହାଟଟି ଗୋଟିଏ ବର୍ଷ ନିମନ୍ତେ ପଞ୍ଚାୟତ ତରଫରୁ ଟେଣ୍ଡର ମଧ୍ୟ କରାଯାଇଥାଏ । ଚଳିତ ବର୍ଷ ନିମନ୍ତେ ରଞ୍ଜନ ମାଳୀ ଏହି ହାଟଟିକୁ ଟେଣ୍ଡର ନେଇଛନ୍ତି । ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଶ୍ରୀଯୁକ୍ତ ଯୁରିଆ କାର୍ଯୀ ସରପଞ୍ଚ ଅଛନ୍ତି । ଏହି ହାଟରେ ପଞ୍ଚାୟତକୁ ପ୍ରଚୁର ପରିମାଣରେ ଅର୍ଥ ମିଳିଥାଏ । ତଥାପି ସରକାରଙ୍କ ତରଫରୁ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଓ କ୍ଷୁଦ୍ର ଚାଷୀମାନଙ୍କୁ ଧନ୍ଦାମୂଳକ ପ୍ରଛାହନ ପ୍ରଦାନ କରାଯାଇନାହିଁ । ଆଦିବାସୀମାନେ ଯେଉଁ ପନିପରିବା ଉତ୍ପାଦନ କରୁଛନ୍ତି ଅଧିକରୁ ଅଧିକ ଯେଉଭଳି ପ୍ରଚୁର ଉତ୍ପାଦନ କରିପାରିବେ ସେଇଥିପାଇଁ ଓଡ଼ିଶା ଲାଇଭ ଉଡ଼ ମିଶନ ତରଫରୁ ସେମାନଙ୍କୁ ତାଲିମ ପ୍ରଦାନ ଦିଆଯାଉନାହିଁ ।

ହାଟ ବଜାର ପରିସରରେ ଥିବା ପୁରୁଣା କୋଠଗୁଡିକ ମରାମତି କରିଯାଇନାହିଁ ଏବଂ ତାହା ଭଗ୍ନ ଅବସ୍ଥାରେ ପଡ଼ିରହିଛି । ନୂତନ ଭାବରେ ତିଆରି କରାଯାଇଥିବା ଶୀତଳଭଣ୍ଡାର ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ । ଏହି ଶୀତଳଭଣ୍ଡାର ଯଦି କାର୍ଯ୍ୟକାରୀ ହୋଇଥାନ୍ତା ତାହାହେଲେ ଏହି ଅଞ୍ଚଳର ଉତ୍ପାଦନ ପନିପରିବା ସେହି ଶୀତଳ ଭଣ୍ଡାରରେ ରହିଥାନ୍ତା ଏବଂ ଚାଷୀମାନେ ଉପକୃତ ହୋଇଥାନ୍ତେ । ଏଥିପାଇଁ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଯୁରୀଆ କାର୍ଯୀ ଧ୍ୟାନ ଦେଉନାହାନ୍ତି, ଏବଂ ସରକାରଙ୍କ ତରଫରୁ ଶୀତଳଭଣ୍ଡାରକୁ ପରିଚାଳିତ କରିବାପାଇଁ ଉଦ୍ୟମ କରାଯାଉନାହିଁ ।ହାଟଟି ପୁରା ଅପରିଷ୍କାର ପରିବେଶରେ ରହିଅଛି, ସେଥିପ୍ରତି କାହାରି ମଧ୍ୟ ଦୃଷ୍ଟିନାହି । ଆଗାମୀ ଦିନରେ ଏହି ହାଟରେ ଥିବା ପୁରୁଣା କୋଠଗୁଡ଼ିକ ମରାମତି କରିବା ଏବଂ ଶୀତଳଭଣ୍ଡାର ଗୃହକୁ କାର୍ଯ୍ୟକାରୀ ହୋଇପାରିବ ସେଇଥିପାଇଁ ସାଧାରଣ ଜନତା ଦାବି ଜଣାଇଛନ୍ତି । ଏହି ଦୁଇଟି କାର୍ଯ୍ୟ, ଯଦି କାର୍ଯ୍ୟକାରୀ ନୋହେଲେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବେ।

LEAVE A REPLY

Please enter your comment!
Please enter your name here