ଆଇଆରଇ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର

0
102

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଆଇଆରଇ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁସ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ପଞ୍ଚାୟତର ପ୍ରାୟ ୧୫୦ ରୋଗୀଙ୍କ ଚିକିତ୍ସା କରାଯିବା ସହ ମାଗଣା ଔଷଧ ବିତରଣ କରାଯାଇଥିଲା ।
ଆଇଆରଇ ଡାକ୍ତର ଅର୍ଦ୍ଦେନ୍ଦୁ ପଲ୍ , ଡାକ୍ତର ପ୍ରମୀଳା ମିଶ୍ର, ଆଇଆରଇ ଡିଜିଏମ୍ ଜି.କେ ନାୟକଙ୍କ ସମେତ ଏସ୍ ଏସ୍ ମଲ୍ଲିକ ଓ ସୁରେଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଫାର୍ମାସିଷ୍ଟ ଆର୍. କେ. ପାତ୍ର, ଟି.ଏଚ୍ . ଆଚାର୍ଯ୍ୟ, କେ.ସି ପ୍ରଧାନ, ସସ୍ମିତା ନାୟକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ସହାୟତା କରିଥିଲେ । ଚଳିତ ବର୍ଷ ଆଇଆରଇ ପକ୍ଷରୁ ୬ଟି ପଞ୍ଚାୟତରେ ଏଭଳି ସ୍ୱାସ୍ଥ୍ୟ ଶିବିର କରାଯିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି ।

LEAVE A REPLY

Please enter your comment!
Please enter your name here