ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ଛତ୍ରପୁର ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ସ୍ଥାନୀୟ ସତ୍ୟସାଇ ସେବା ସମିତି ବିଦ୍ୟାଭବନ ପରିସରରେ ରାଜ୍ୟସ୍ତରୀୟ ଦୁଇଦିନିଆ ବାଳବିକାଶ ଗୋଷ୍ଠୀ କାର୍ଯ୍ୟକଳାପ ପ୍ରଶିକ୍ଷଣ ଆଜି ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ବାଳବିକାଶ ସଂଯୋଜକ ଡଃ. ଅଶୋକ କୁମାର ହେତା, ଜିଲ୍ଲା ସଭାପତି ଏମ୍ . ଗୋପାଳ ରାଓ, ଜିଲ୍ଲା ଶିକ୍ଷା ସଂଯୋଜିକା କୁମାରୀ ଜୟଶ୍ରୀ ପଟ୍ଟନାୟକ, ସତ୍ୟସାଇ ସେବା ସମିତିର ଆବାହକ ଇ. ପ୍ରସାଦ କୁମାର ପ୍ରମୁଖ ଯୋଗ ଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷା ସଂଯୋଜିକା ଡ. ନୟନତାରା ଛୋଟରାଏ ଯୋଗ ଦେଇ କହିଥିଲେ ଯେ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ବାଳବିକାଶ ଗୁରୁଜୀ ଗୁରୁମାମାନେ କୁଇଜ, ଭେଲ୍ୟୁ ଗେମ୍, କ୍ରିଏଟିଭ୍ ରାଇଟିଂ ପ୍ରଭୃତିରେ ଅଂଶଗ୍ରହଣ କରିବେ । ପରେ ଭଜନ ଅନ୍ତାକ୍ଷରୀ ଓ ଗଳ୍ପକଥନ ଅନୁଷ୍ଠିତ ହେବ ।
ସାଧନ କର୍ମୀମାନେ ଦଳଗତ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ବୁଝାଇବା ସହ ପିଲା ଓ ଅଭିଭାବକଙ୍କୁ ନେଇ କିପରି ଦଳଗତ କାର୍ଯ୍ୟକ୍ରମ କରାଯିବ ସେ ସଂପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସତ୍ୟସାଇ ସେବା ସମିତିର ଶ୍ୟାମ ସୁନ୍ଦର ପଟ୍ଟନାୟକ, ମଧୁସୁଦନ ସାହୁ, ଏଲ୍ . କେ. ପଟ୍ଟନାୟକ, ନିଲୁ ପଟ୍ଟନାୟକ, ମିଡିଆ ସଂଯୋଜକ ପ୍ରଫୁଲ କୁମାର ପାଣିଗ୍ରାହୀ, ବୁଲୁ ପଟ୍ଟନାୟକ, ବାବୁ ରାଓ ସମେତ ସତ୍ୟସାଇ ବିଦ୍ୟା ଭବନର ସମସ୍ତ ଗୁରୁମା, ସମିତିର ସମସ୍ତ ସଭ୍ୟ , ସକ୍ରିୟ କର୍ମୀମାନେ ସହଯୋଗ କରିଥିଲେ ।