ଆନ୍ତର୍ଜାତିକ ନାଟକ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ୧୬ ଓଡ଼ିଆ କଳାକାରଙ୍କ ଗୋଆ ଗସ୍ତ

0
97

ବ୍ରହ୍ମପୁର (ଓବି ନ୍ୟୁଜ):ଗଞ୍ଜାମ ଜିଲ୍ଲାର ୧୬ ଜଣ କଳାକାର ଶୁକ୍ରବାର ଗୋଆ ଗସ୍ତ କରିଛନ୍ତି । ଚଳିତ ମାସ ୨୮ରୁ ୩୧ ଯାଏଁ ଗୋଆଠାରେ ହେଉଥିବା ଆନ୍ତର୍ଜାତିକ ନାଟକକ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ଏହି ଦଳ ନାଟ୍ୟସଂଗଠକ ରାଜଗୋପାଳ ପାଢ଼ୀଙ୍କ ନେତୃତ୍ୱରେ ଗୋଆ ଗସ୍ତ କରିଛି । ପାତ୍ରପୁର ବ୍ଲକ ସାହାସପୁରସ୍ଥିତ ମାଁ ଦୁର୍ଗାକ ଶିକ୍ଷା ଓ ସାଂସ୍କୃତିକ ସଂଘ ତରଫରୁ ପ୍ରତିନିଧିତ୍ୱ କରୁଥିବା ଏହି କଳାକାରମାନେ ଗୋଆରେ ରଣଜିତ ପଟ୍ଟନାୟକଙ୍କ ରଚିତ ରାଜଗୋପାଳ ପାଢ଼ୀଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ ‘ଉଭା କୁବେର ପୋତା ସପନ’ ମଞ୍ଚସ୍ଥ କରିବେ ।
ନାଟକରେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିବାବେଳେ ନିର୍ଦ୍ଦେଶକଙ୍କ ସହ ଦୀନବନ୍ଧୁ ଶତପଥୀ, ଶ୍ୟାମସୁନ୍ଦର ମହାପାତ୍ର, ଭଗବାନ ମଲ୍ଲିକ ଏବଂ ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ଅଭିନୟ କରୁଛନ୍ତି । ୨୮ ତାରିଖ ଦିନ ନାଟକ ମଞ୍ଚସ୍ଥ ହେବା ପାଇଁ ଦିନ ସ୍ଥିର ହୋଇଥିବାବେଳେ ଦଳ ଆସନ୍ତା ଅଗଷ୍ଟ ୨ ତାରିଖରେ ବ୍ରହ୍ମପୁରରେ ପହଞ୍ଚିବ ବୋଲି ନାଟ୍ୟସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ନାଟକରେ ଅନ୍ୟମାନଙ୍କ ମଧ୍ୟରେ ଭାଗବତ ପ୍ରସାଦ ପାଢ଼ୀ, ପ୍ରଦୀପ କୁମାର ପଣ୍ଡା, ସିଏଚ.ଦେବଦାସ, ଋତୁପର୍ଣ୍ଣ ପାଣିଗ୍ରାହୀ, ଗୋପାଳକୃଷ୍ଣ ପଣ୍ଡା, ନାଗେଶ୍ୱର ପାତ୍ର, କବିରାଜ ସାହୁ, ପ୍ରଭାସିନୀ ଶତପଥୀ, ନିରୁପାରାଣୀ ପାଢ଼ୀ, ଅମ୍ବିକା ପାଣିଗ୍ରାହୀ ଏବଂ ଶ୍ରୀମୟୀ ପାଣିଗ୍ରାହୀ ପ୍ରମୁଖ ଗସ୍ତ କରୁଛନ୍ତି । ଦଳର ସଫଳତା ପାଇଁ ସଂଘର ସଭାପତି ରାଜେଶ ମହାନ୍ତି ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here