ରାମଚଣ୍ଡୀ ପାହାଡ଼ ଓ ଋଷିକୂଲ୍ୟା ବେଳାଭୂମି ରେ ବ୍ଲକ ଅଧକ୍ଷ ଓ ପ୍ରକଳ୍ପ ଅଧିକାରୀ ଙ୍କ ଦ୍ଵାରା ନଡିଆ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମର ଶୁଭାରମ୍ଭ

0
57

ଗଞ୍ଜାମ(ଓବି ନ୍ୟୁଜ) (ଉମାକାନ୍ତ ବେହେରା):ଗଞ୍ଜାମ ବ୍ଲକ ର କରପଡା ପଞ୍ଚାୟତ ରେ ରହିଥିବା ରାମଚଣ୍ଡୀ ପାହାଡ଼ ଓ ଋଷିକୂଲ୍ୟା ନଦୀ ବେଳାଭୂମି କୁ ସବୁଜ ସୁନ୍ଦର କରିବା ନିମନ୍ତେ ବ୍ଲକ
ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଓ ଛତ୍ରପୁର ୱାଟର ସେଡ଼ ପ୍ରକଳ୍ପ ଅଧିକାରୀ ଶୁଭେନ୍ଦୁ କୁମାର ଦାଶ ଯୋଗ ଦେଇ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ରାମଚଣ୍ଡି ମନ୍ଦିର ପାହାଡ଼ ଉପରେ୧୩୪ ଟି ଓ କରପଡା ଗ୍ରାମ ନିକଟସ୍ଥ ରୁଷିକୂଲ୍ୟା ନଦୀ ବେଳାଭୂମିରେ ୬୭୦ ଗୋଟି ନଡ଼ିଆ ବୃକ୍ଷ ଚାରା ରୋପଣ କରାଯାଉଛି।
ଛତ୍ରପୁର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ କୁମାର ହଜାରୀ,ବ୍ରହ୍ମପୁର ଅତିରିକ୍ତ ପ୍ରକଳ୍ପ ଅତିରିକ୍ତ ପ୍ରକଳ୍ପ ଅଧିକାରୀ କୁମୁନ୍ଦ ଚନ୍ଦ୍ର ପାତ୍ର,ଭଞ୍ଜନଗର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସୁଧାକର ଶତପଥୀ,ଇଝଉଙ ଇପସିତା ମିଶ୍ର,ଓଭରସିଓର ହରପ୍ରସାଦ ରଥ,ପ୍ରମୁଖ ଅଧିକାରୀ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁଷମା ନାୟକ, ସରପଞ୍ଚ ପ୍ରତିନିଧି ଭାସ୍କର ନାୟକ,ଯୁବନେତା ଗୋବର୍ଦ୍ଧନ ନାୟକ,ସ୍ୱୟଂ ସହାୟିକା ପଂଚାୟତ ସମ୍ପାଦିକା ରଙ୍କୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚାରା ରୋପଣ ଅବସରରେ ସମସ୍ତ ଅଧିକାରୀ ମା ରାମଚଣ୍ଡୀ ଙ୍କୁ ଦର୍ଶନ କରିବା ସହ ନୂତନ ମନ୍ଦିର ନିର୍ମାଣ କାର‌୍ୟ୍ୟ ମଂଦିର ପରିସରରେ ଆନୁସଙ୍ଗିକ କାର‌୍ୟ୍ୟ ଦେଖି ଖୁସି ଜାହିର କରିଥିଲେ। ଏହି ଅବସରରେ
ବ୍ଲକ ଅଧକ୍ଷ ମନ୍ଦିର ପାର୍ଶ୍ୱରେ ଏକ ପାର୍କ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ।ଚଊ ଶ୍ରୀ ଦାଶ ପାର୍କ ନିର୍ମାଣ ନିମନ୍ତେ ପ୍ରତିଶୃତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here