ଖଲିକୋଟ(ଓବି ନ୍ୟୁଜ): ରାଜ୍ୟ ଓ କେନ୍ଦ୍ର ସରକାର ଗୋ ସୁରକ୍ଷା ପାଇଁ ବ୍ୟାପକ ଆଇନ ପ୍ରଣୟନ କରୁଥିବାବେଳେ ରାଜ୍ୟ ର ବିଭିନ୍ନ ସ୍ଥାନରେ ଲଗାମ ଛଡା ଭାବେ ଗୋ ଚାଲାଣ ଚାଲିଛି ଜ୍ଝ ତେବେ ଶନିବାର ଦିନ ଭୋର ୬ଟା ବେଳେ ଦିଲ୍ଲୀ ରୁ ଏକ ଫୋନ କଲ ଖଲ୍ଲିକୋଟ ପୋଲିସ କୁ ଆସିଥିଲା ।ତେବେ ଖଲ୍ଲିକୋଟ ପୋଲିସ ଗୋ ଚାଲାଣ ସମ୍ପର୍କରେ ସୂଚନା ପାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରପଲ୍ଲୀ ଚେକ ଗେଟ ନିକଟରେ ବିଭିନ୍ନ ଟ୍ରକ ଗୁଡିକ ର ଯାଞ୍ଚ କରିବା ପରେ ସୁଦୂର ଆନ୍ଧ୍ରପ୍ରଦେଶ ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ କୁ ଜବତ କରିବା ସହ ଡ୍ରାଇଭର ସମେତ ୬ଜଣ ଗୋରୁ ଦଲାଲ୍ଙ୍କୁ ଗିରଫ କରି ଆନିମଲ ପରିବେନସନ ଆକ୍ଟ ଜରିଆରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଟୋଲ ଗେଟ ନିକଟରୁ ଜବତ କରିଥିବା ଟ୍ରକ ୨ ଟି ବଳଦ ଓ ୧୫ ଗୋଟି ଗାଈ ଙ୍କୁ ବୋଝେଇ କରି ଏକ ଟ୍ରକ ଯାହାର କି ଆଗ ପଟେ ଅଲଗା ନମ୍ବର ଓ ପଛ ପଟେ ଅନ୍ୟ ଏକ ନମ୍ବର ରହିଥିଲା । ତେବେ ପୋଲିସ ଉକ୍ତ ଟ୍ରକ କୁ ଜବତ କରିବା ସହ ଡ୍ରାଇଭର ଏସ.କେ. ସକିଲ ଓ ଗୋରୁ ଦଲାଲ ରାକେଶ କୁମାର ସାହୁ , ଏସ. କେ . ପଜ୍ଝନ୍ନା
ରସିଦ ଖାଁ , ଓ ଏମ.ଦି.ମୁବାରକ ଙ୍କୁ ଗିରଫ କରିଥିଲା । ଉକ୍ତ ଅସାମୀମାନେ ଉତ୍ତରପ୍ରଦେଶ ର ମୁଜାଫର ନଗର ଥାନା ର ସାହାପୁର ଅଂଚଳ ର ଜଣାପଡିଛି । ଟ୍ରକ ରେ ବୋଝେଇ ହୋଇଥିବା ଗାଡି ଗୁଡିକ ପାଟି ଓ ଗୋଡ଼ରେ ଦୌଡ଼ି ବନ୍ଧା ଯାଇ ଖୁନ୍ଦା ଖୁନ୍ଦି କରି ଦୀର୍ଘ ୧୮ଘଣ୍ଟା ଅଖିଆ ଅପିଆ ରେ ଯାତ୍ରା କରୁଥିଲା । ଖଲ୍ଲିକୋଟ ପୋଲିସ ଉକ୍ତ ଗୋରୁ ଗୁଡିକ ଭୁବନେଶ୍ୱର ସ୍ଥିତ ଏମ୍ସ ନିକଟବର୍ତୀ ପିପୁଲସ ଆନିମଲ ଫୋରମ୍ରେ ପଠାଇଦେଇଥିବା ଜଣାପଡିଛି ।