ରାଇକିଆ ଥାନା ପକ୍ଷରୁ ଆମ ପୋଲିସ୍ ବୈଠକ

0
35

ରାଇକିଆ (ଓବି ନ୍ୟୁଜ୍)(ଜଗଦିଶ୍ ଦାଶ) ; କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପରିସରରେ ଆଜି ଆମ ପୋଲିସ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆମ ପୋଲିସ୍ ର କର୍ମକର୍ତ୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ । ଜନତା ଓ ପୋଲିସ୍ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ମୂଳ ଉଦ୍ଦେଶ୍ୟ ବୋଲି ରାଇକିଆ ଥାନା ଅଧିକାରୀ ନରେଶ କୁମାର ସାହୁ କହିଥିଲେ । ସହରରେ ହେଉଥିବା ଟ୍ରାଫିକ୍ ସମସ୍ୟା ଭଳି ଅନ୍ୟାନ୍ୟ ସମସ୍ୟା ଗୁଡିକ କିପରି କମାଯାଇପାରିବ ତା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମସ୍ଥ ସରପଞ୍ଚ ,ରାଇକିଆ ପୂଜା କମିଟିର ସଭାପତି ଙ୍କ ସମେତ ବହୁ ସାଧାରଣ ଜନତା ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୋଲିସ୍ କର୍ମଚାରୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here