କେ. ବରିଡ଼ା ହାଇସ୍କୁଲ ଠାରେ ପିଲା ଟିଏ କୁ ଗଛଟିଏ କାର୍ଯ୍ୟକ୍ରମ

0
42

ବେଗୁନିଆପଡ଼ା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ; ଏହି ବ୍ଲକ ଅନ୍ତର୍ଗତ କେ. ବରିଡ଼ା ସ୍ଥିତ ଅମରେଶ୍ୱର ବିଦ୍ୟାପୀଠ ପରିସରରେ ପିଲାଟିଏ କୁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗଛ ବଣ୍ଟନ କରାଯାଇ ସମସ୍ତେ ଏହି ଗଛକୁ ଲଗାଇ ତାହାର ଯତ୍ନ ନେବା ପାଇଁ ମତ ଦେଇଥିଲେ । ଏହା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଜିତ୍ ସାହୁ ଙ୍କ ସମେତ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here