ଅତ୍ୟନ୍ତ ଶୋକାକୁଳ ପରିବେଶରେ କଲେଜ ଅଧ୍ୟକ୍ଷ ଙ୍କ ଅନ୍ତିମ ସଂସ୍କାର ,ଛାତ୍ରଛାତ୍ରୀଙ୍କ କୋହଭରା ବିଦାୟ ।

0
416

ବେଲଗୁଣ୍ଠା (ଓବି ନ୍ୟୁଜ୍)(ସନ୍ତୋଷ କୁମାର ବିଷୋୟୀ) ; ଗତକାଲି ଶୁକ୍ରବାର ଦିନ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ୩୬ ତମ ସ୍ଵନକ୍ଷତ୍ର ଉତ୍ସଵ ଥିବାରୁ ଉତ୍ସଵ ମୁଖର ଥିଲା ମହାବିଦ୍ୟାଳୟ ପରିସର । ଆଜି କିନ୍ତୁ ପରିସ୍ଥିତି ସମ୍ପୂର୍ଣ ବଦଳି ଯାଇଥିଲା । ନିଜର ପ୍ରିୟ ଅଧ୍ୟକ୍ଷ ସ୍ବର୍ଗତ ଅମୁଲ୍ୟ ଦାସଙ୍କ ମର ଶରୀର ମହାବିଦ୍ୟାଳୟ ରେ ପହଂଚିବା ପରେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ ଛାତ୍ରଛାତ୍ରୀ ଓ କର୍ମଚାରୀ ।ଗତକାଲି ବ୍ରହ୍ମପୁର ବଡ ମେଡିକାଲ ରେ ଅମୁଲ୍ୟ ଦାସ ଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କ ପାର୍ଥିବ ଶରୀର ନିଜ ଗ୍ରାମ ବିରିପୁର ବାସଭବନ କୁ ନିଆଯାଇଥିଲା । ସେଠାରେ ରାତି ୧୧ ଘଣ୍ଟ ସମୟରେ ଶବ ପହଂଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିଭିନ୍ନ ପ୍ରତିଭାର ଅଧିକାରୀ ଥିବା ସ୍ବର୍ଗତ ଦାସ କିନ୍ତୁ ଅଂଚଳରେ ଥିଲେ ସମସ୍ତ ଙ୍କ ପ୍ରିୟ ଅମୁଲ୍ୟ ଭାଇନା । ରାତ୍ରରେ ଶହ ଶହ ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ, ବିଭିନ୍ନ ଗ୍ରାମରୁ ତାଙ୍କ ଶେଷ ଦର୍ଶନ ପାଇଁ ଶୁଭେଚ୍ଛାଙ୍କ ସୁଅ ଛୁଟିଥିଲା । ଆଜି ସକାଳ ୭.୩୦ ମି ସମୟରେ ଏକ ସୁସଜ୍ଜିତ ଜିପ ରେ ସ୍ବର୍ଗତ ଦାସ ଙ୍କ ପାର୍ଥିବ ଶରୀର କୁ ପ୍ରଥମ ବିରିପୁର, ପରେ ଗୋବରା, ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ, ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ, ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ,ବିଞ୍ଚଣା ମୁଖ୍ୟ ସଡକ, କ୍ଷତ୍ରିୟ ବରପୁର ମୁଖ୍ୟ ସଡକ ପରିକ୍ରମା କରିବା ପରେ ତାଙ୍କ କର୍ମଭୂମି ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ପହଞ୍ଚିଥିଲା । ରାସ୍ତା ରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ରାସ୍ତା ରେ ଛିଡ଼ା ହୋଇ ସ୍ବର୍ଗତ ଦାସ ଙ୍କ ଶବଧାର ରେ ଫୁଲ ପକାଇ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗୋବରା ଠାରୁ କ୍ଷତ୍ରିୟ ବରପୁର ଜନ ସମୁଦ୍ରରେ ପରିଣତ ହୋଇଥିଲା । ନିଜର ପ୍ରିୟ ଅଧ୍ୟକ୍ଷଙ୍କୁ ଦେଖିବା ପରେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଗଣ । ୧୯୮୪ ମସିହାରେ ରାଜନୀତି ବିଜ୍ଞାନ ବିଭଗ ରେ ଅଧ୍ୟାପନା ଆରମ୍ଭ କରିଥିବା ସ୍ବର୍ଗତ ଦାସ ୧୯୮୬ ମସିହାରେ ସେହି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଥିଲେ । ସେଠାରେ ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ଶେଷ ଶ୍ରଦ୍ଧାଞ୍ଜଳି ଆର୍ପଣ କରାଯାଇଥିଲା । ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆମ ପୋଲିସ ସମିତି ତରଫରୁ ଗାଙ୍ଗପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ପ୍ରେସ୍ କ୍ଲବ ତରଫରୁ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଦଶପଲ୍ଲା ତହସିଲଦାର ପ୍ରମୋଦ ଦଳବେହେରା, ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ବିଶ୍ୱଭାରତୀ ସଭାପତି କୁଂଜବିହାରି ନାୟକ, ସମାଜସେବୀ ଶୁଳପାଣି ଶତପଥୀ, ଅବସର ପ୍ରାପ୍ତ ବନଖଣ୍ଡ ଅଧିକାରୀ ଅନୁପମ ବାନାର୍ଜୀ, ବାଲ୍ୟ ସ୍ବାଇଁ, ଜଗନ୍ନାଥ ପ୍ରସାଦ, ଭଞ୍ଜନଗର, ବି ଡି ପୁର, ସୋରଡା, ବେଲଗୁଣ୍ଠା, ଗୋବରା, କେନ୍ଦୁପଦର, ଓ କ୍ଷତ୍ରିୟ ବରପୁର ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ସ୍ନାତକ ମହାବିଦ୍ୟାଳୟ କି ନେବା ପରେ ନିଜ ଗ୍ରାମ ବିରିପୁର ଠାରେ ଶେଷ କୃତ୍ୟ ସମ୍ପୂର୍ଣ ହୋଇଥିଲା । ସ୍ବର୍ଗତ ଦାସ ଙ୍କ ପୁଅ ଅନୁପମ ଅଭିନନ୍ଦନ ଦାସ ମୁଖାଗ୍ନି ଦେଇଥିଲେ । ସେଠାରେ ସ୍ୱର୍ଗତ ଦାସ ଙ୍କ ଶରୀର ପଞ୍ଚଭୂତ ରେ ଲୀନ ହୋଇଥିଲା । ପ୍ରକାଶ ଥାଉ କି ଗତକାଲି ମହାବିଦ୍ୟାଳୟ ର ସ୍ଵନକ୍ଷତ୍ର ଉତ୍ସଵ ବେଳେ ଅତିଥି ଚର୍ଚ୍ଚା କରୁଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ । ସେଠାରୁ ତାଙ୍କୁ ପ୍ରଥମେ ଗୋବରା ଓ ପରେ ବ୍ରହ୍ମପୁର ବଡ ମେଡିକାଲ ନେଉଥିବା ସମୟରେ ହିଂଜିଳି ନିକଟରେ ମୃତ୍ୟୁ ବରଣ କରିଥିଲେ । ସ୍ୱର୍ଗତ ଦାସ ଙ୍କ ମୃତ୍ୟୁ ସମଗ୍ର ଘୁମୁସର ଅଂଚଳ ପାଇଁ ଅପୁରାଣୀୟ କ୍ଷତି ହେଲା ବୋଲି ସମସ୍ତେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here