ଇନ୍ଦ୍ରାବତୀ ମୁଖ୍ୟ କେନାଲ ଧନସୁଲି ବ୍ରିଜ ଉପରୁ ବାଇକ ଚାଳକ ପଡି ଦୁର୍ଘଟଣା ଗ୍ରସ୍ତ

0
29

ଧର୍ମଗଡ (ଓବି ନ୍ୟୁଜ୍)(ସନ୍ତୋଷ କୁମାର ବିଷୋୟୀ) ;ଧନସୁଲି ଗ୍ରାମ ର ଇନ୍ଦ୍ରାବତୀ ମୁଖ୍ୟ କେନାଲ ବ୍ରିଜ ଦେଇ ପଣ୍ଡି ଗାଁ ର ଦୁଇ ଜଣ ଯୁବକ ସାପ୍ତାହିକ ବଜାର ସାରି ଏକ ମୋଟର ସାଇକେଲ ରେ ଫେରୁଥିଲେ । ବାଇକ ଟି ଭାରସାମ୍ୟ ହରାଇ ୩୦ଫୁଟ ବ୍ରିଜ ତଳକୁ ଖସିଯାଇଥିଲା ଏବଂ ଦୁଇ ଜଣ ବ୍ୟକ୍ତି ମଧ୍ୟ ପାଣି ଭିତରେ ବୁଡିଯାଇଥିଲେ । ଘଟଣା ସ୍ଥଳ ରେ ସ୍ଥାନୀୟ ଲୋକ ଦେଖି ଦୁଇ ଜଣ ବ୍ୟକ୍ତି ଙ୍କୁ ପାଣି ଭିତରୁ ଟାଣି ଉଦ୍ଧାର କରିଥିଲେ।ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇ ଜଣଙ୍କୁ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା । ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here