ଦିଗପହଣ୍ଡି (ଓବି ନ୍ୟୁଜ୍)(ଶିବ ପ୍ରସାଦ ରଥ) ;ଦିଗପହଣ୍ଡି ସହର ନିକଟରେ ଥିବା ପଥପ୍ରାନ୍ତ ବିଶ୍ରାମକେନ୍ଦ୍ର ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା।ସୂଚନା ମୁତାବକ ଶନିବାର ରାତ୍ର ପ୍ରାୟ ୯ ଘଣ୍ଟ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟୁଛି।ଏଠାରେ କୃଷ୍ଣାସାର ମୃଗ ରହିଥିବା ବନବିଭାଗ ପାଖରେ ସୂଚନା ଅଛି କି ନାହିଁ ଯଦି ଅଛି ତା ହେଲେ ବିଭାଗ ପକ୍ଷରୁ କୌଣସି ସୂଚନା ଫଳକ କାହିଁକି ଲଗାଯାଇନାହିଁ ଏହା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଏବଂ ଏହି ନିରୀହ ମୃଗର ମୃତ ପାଇଁ ଦାୟୀ କିଏ ରହିବେ ବୋଲି ପ୍ରଶ୍ନ ଆସୁଛି।ଯଦି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଗୋଚର କରନ୍ତି ତେବେ ଆଗାମୀ ଦିନରେ ଏପରି ଦୁଃଖଦ ପ୍ରାଣୀ ମୃତର ଘଟଣା ଘଟିନପାରେ ବୋଲି ବୁଦ୍ଧିଜୀବି ମାନେ ବିଚାର କରୁଛନ୍ତି।