ଛତ୍ରପୁର ନାଗରିକ କମିଟି ପକ୍ଷରୁ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା

0
182

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଗଂଜାମ ଜିଲ୍ଲାର ସଦରମହକୁମା ତଥା ଐତିହ ସହର ଛତ୍ରପୁର ଠାରେ ଆଜି ଏକ ଭିନ୍ନ ଧରଣରେ ସମ୍ବର୍ଦ୍ଧନା ଉତ୍ସବ ଦେଖିବାକୁ ମିଳିଥିବା ସହ ଛତ୍ରପୁର ବିକାଶ ନିମନ୍ତେ ଯୁବକ, ଛାତ୍ର, ଓକିଲ, ବୃଦ୍ଧିଜିବି, ସିନିୟର ସିଟିଜନ , ସମସ୍ତ ବ୍ୟବସାୟୀ ସଂଘ ଏବଂ ସମସ୍ତ ରାଜନୈତିକ ଦଳର ନେତ୍ୱୃବୃନ୍ଦ ଆଜି ଏକତ୍ର ଛତ୍ରପୁର ର ସାମଗ୍ରୀକ ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି । ସ୍ଥାନୀୟ ଶିବକୁମାର ସ୍ମାରକୀ କଲ୍ୟାଣ ମଣ୍ଡପ ପରିସରରେ ଛତ୍ରପୁର ନାଗରିକ କମିଟି ପକ୍ଷରୁ ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲ।। ଏଥିରେ ନିବନିର୍ବାଚିତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ ଉପଢୈକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ।। ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସାଂସଦ ଓ ବିଧାୟକଙ୍କୁ ଛତ୍ରପୁର ସାମଗ୍ରୀକ ବିକାଶ ନିମନ୍ତେ ଏକ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଛତ୍ରପୁର ଠାରେ ଚଳିତ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା, ଛତ୍ରପୁର ଏନଏସି କୁ ମୁନିଷିପାଲଟି କରିବା, ଏନଏସି ପକ୍ଷରୁ ବ୍ୟବସାୟୀ ମାନଙ୍କ ସ୍ୱାର୍ଥ ଦୃଷ୍ଟି ରଖି ଭ୍ୟାଣ୍ଡିଂ ଜୋନ୍ ନିର୍ମାଣ କରିବା, ସୁଦ୍ଧ ପାନୀୟ ଜଳ ଯୋଗାଇବା, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ଦେବାସହ ସମସ୍ତ ପଦବୀ ପୂରଣ କରିବା, ଏନଏସି ରେ ବିପର୍ଯ୍ୟୟ ରହିଥିବା ପରିମଳ ବ୍ୟବସ୍ଥାରେ ଉନ୍ନତୀ ଆଣିବା, ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାସହ ଲୋଏର ବସଷ୍ଟାଣ୍ଡ ଦେଇ ସିଟିବସ୍ ଗମନାଗମନ କରିବା, ସମସ୍ତ ଦ୍ରୂତଗାମୀ ଟ୍ରେନ ରହିବା, କରପଡା ଠାରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପମ୍ପହାଉସକୁ ଚବିଶିଘଣ୍ଟା ବିଦ୍ୟୁତ୍ ଯୋଗାଣ କରିବା, ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ ଠାରେ ଓଭରବ୍ରିଜ ନିର୍ମାଣ କରିବା, ସ୍ପୋର୍ଟ ହଷ୍ଟେଲ ସ୍ଥାପନ କରିବା , ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖାଲି ରହିଥିବା ପଦବୀ ପୂରଣ କରିବା ଏବଂ ଚାଷୀ ମାନଙ୍କ ଆଦୟ ଜିନିଷକୁ ବିକ୍ରି କରିବା ପାଇଁ ରଇତ ବଜାର ସୃଷ୍ଟି ନିମନ୍ତେ ଦାବୀ କରାଯାଇଥିଲ।। ଏହି ସବୁ ଦାବୀ ଗୁଡିକୁ ଆଇନଜିବୀ ବି.ଶ୍ରୀନିବାସ ରାଓ ନାଗରୀକ କମିଟି ପକ୍ଷରୁ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ନାଗରୀକ କମିଟିର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଶ୍ରମିକ ନେତା ପ୍ରଫୁଲ କୁମାର ପଟ୍ଟନାୟକ, ଆଇନଜିବୀ ପ୍ରଦୀପ କୁମାର ପାଢୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ପ୍ରମୁଖ ଦାବୀ ଗୁଡିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ବର୍ଦ୍ଧନା ଉତ୍ତରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଥିଲେ ଆଜି କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷ କିପରି ଖୋଲାଯିବ ସେଥିନିମନ୍ତେ ରାଜସ୍ୱ ବିଭାଗ ମନ୍ତ୍ରୀ ସଦାମ ମାରଣ୍ଡିଙ୍କ ସହ ଆଲୋଚନା କରିଛି । ଏହାସହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ମୁଁ ବିଧାୟକ ହେବାର କିଛି ଦିନ ପରେ ଛତ୍ରପୁର ଏନଏସକୁ ଆସି ଏନଏସି ଉନ୍ନତୀ ସାକଶେ ସମୀକ୍ଷା କରିଛି ଏବଂ ଆଗାମୀ ଦିନ କିପରି ଜନସାଧାରଣ ପାନୀୟ ଜଳ ସଠିକ୍ ଭାବେ ପାଇପାରିବେ ସେଥି ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ପୁର୍ବରୁ ଆଲୋଚନା କରିଛି । ଏନଏସି କୁ ମୁନିଷିପାଲଟି କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ଛତ୍ରପୁର ଠାରେ ଏକ ଆଧୁନିକ ଧରଣ ର ଭ୍ୟାଣ୍ଡିଂ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ବିଦ୍ୟୁତ୍ ସଂକଟ ଦୂର କରିବା ପାଇଁ ବଉଳଗାଁ ଠାରେ ନୂତନ ଭାବେ ଗ୍ରୀଡ୍ ସ୍ଥାପନ ହେବ ବୋଲି ସେ କହିଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କହିଥିଲେ ଛତ୍ରପୁର ବିକାଶ ନିମନ୍ତେ ବିଧାୟକଙ୍କ ସହ ସମନ୍ୱୟ ରକ୍ଷାକରି ମୁଁ କାର୍ଯ୍ୟ କରିବି । ଏହାସହ ଛତ୍ରପୁର ଠାରେ କିପରୀ କେନ୍ଦ୍ରୀୟ ବିଦ୍ୟାଳୟ ଚଳିତ ବର୍ଷ ଖୋଲାଯିବ ସେଥିପାଇଁ ସୋମାବର ଦିନ ଦିଲ୍ଲୀ ଠାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବି । ଦ୍ରୁତଗାମୀ ଟ୍ରେନ ରହିବା ନିମନ୍ତେ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀ ମାନଙ୍କ ସହ ମଙ୍ଗଳବାର ଦିଲ୍ଲୀ ଠାରେ ଆଲୋଚନା କରି ଏହାର ଖୁବ ଶୀଘ୍ର ସମାଧାନ ସେଥୀପ୍ରତି ଦୃଷ୍ଟି ଦେବାକୁ କହିବି ବୋଲି ଶ୍ରୀ ସାହୁ କହିଥିଲେ । ପ୍ରାରମ୍ଭରେ ମଝିବଜାର ବଣିକ ସଂଘର ସଭାପତି ତଥା ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ସ୍ୱାଗତ ଭାଷଣ ଦେବା ସହ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ଶେଷରେ ନାଗରିକ କମିଟି ସଂପାଦକ ସୁଧୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏପରି ଏକ ସମ୍ବର୍ଦ୍ଧନା ଉତ୍ସବ ହୋଇଥିବା ରୁ ଉଭୟ ସାଂସଦ ଓ ବିଧାୟକ ଖୁସିଜାହିର କରିଥିଲେ ।

LEAVE A REPLY

Please enter your comment!
Please enter your name here