ଭଞ୍ଜନଗର (ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଭଞ୍ଜନଗର-ଫୁଲବାଣୀ ରାସ୍ତାର ଶ୍ରୀବିହାର ଠାରେ ଶନିବାର ଡିଏଭି ପଣ୍ଡିତ ଶ୍ରୀଧର ରଥ ପବ୍ଲିକ ସ୍କୁଲ ର ନୂତନ କୋଠା ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଭି ପରିଚାଳନା କମିଟି ନିର୍ଦ୍ଦେଶିକା ଡ. ନିଶା ପାସିନ (ନୂଆ ଦିଲ୍ଲୀ), ସମ୍ମାନିତ ଅତିଥି ଡିଏଭି ସ୍କୁଲ ଆଞ୍ଚଳିକ ଅଧିକାରୀ. ଡ଼ କେଶବ ଚନ୍ଦ୍ର ଶତପଥି (ଓଡିଶା), ସ୍କୁଲ ଅଧ୍ୟକ୍ଷ ଅମର ନାଥ ରଥ, ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଉତ୍ତମ ଶିକ୍ଷା ଦାନ ଯୋଗୁଁ ଗତ ବର୍ଷ ପରୀକ୍ଷା ଫଳ ଆଶା ଠାରୁ ଅଧିକ ଥିବା ବେଳେ ଆଗାମୀ ଦିନରେ ନିଶ୍ଚିତ ଏହି ବିଦ୍ୟାଳୟ ଆଶାନୁରୂପ ସଫଳତା ହାସଲ କରିବ ଏଥିରେ କୌଣସି ସନ୍ଦେହ ନାହିଁ । ନୂତନ ବିଦ୍ୟାଳୟ, ସୌନ୍ଦର୍ଯ୍ୟ ପରିବେଶ ଓ ଉନ୍ନତ ଶିକ୍ଷା ବ୍ୟବସ୍ଥା ଯୋଗୁଁ ବହୁ ଛାତ୍ର ଛାତ୍ରୀ ଭଲ ପ୍ରଦର୍ଶନ କରିବେ ବୋଲି ଅତିଥି ମାନେ କହିଥିଲେ । ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ଶେଷ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।