ଆମୁଣ୍ଡି ନୃସିଂହ ମନ୍ଦିରରୁ ଚୋରୀ

0
158

ପାତ୍ରପୁର(ଓବି ନ୍ୟୁଜ): ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ଆମୁଣ୍ଡି ଗ୍ରାମର ନୃସିଂହ ମନ୍ଦିରରୁ ଗତ ରାତିରେ ଚୋରୀ ହୋଇଛି। ସବୁ ଦିନ ପରି ମନ୍ଦିର ର ପୂଜାରୀ ପ୍ରାପ୍ତ ୪ଘଣ୍ଟା ସମୟରେ ମନ୍ଦିର ଯାଇଥିଲେ । ତେବେ ସେଠାରେ ପହଞ୍ଚି ଦେଖିଲେ ଯେ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ପ୍ରଭୁ ନୃସିଂହ ଙ୍କ ବ୍ୟବହାର ହେଉଥିବା ଅଳଙ୍କାର, ରୁପାର କିରଟି ଏବଂ ମନ୍ଦିରର ଉନ୍ନତି ପାଇଁ ରଖାଯାଇଥିବା ହୁଣ୍ଡି ଭଙ୍ଗା ହୋଇ ପଡ଼ିଥିବା ଦେଖିବା ମାତ୍ରେ ଗାଁ ଲୋକଙ୍କୁ ଜଣାଇ ଥିଲେ । ଖବର ପାଇ ଗାଁ ଲୋକ ପହଞ୍ଚି କେ.ନୂଆଗାଁ ଥାନାକୁ ଖବର ଦେଇଥିଲେ । ଖରବାପାଇ କେ.ନୂଆଗାଁ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଚୋରି ହୋଇଥିବା ଧନ ପାଖାପାଖି ୧ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି । ତେବେ ଏବେ ଏହି ଘଟଣା କେ. ନୂଆଗାଁ ପୁଲିସ ପାଇଁ ଚ୍ୟାଲେଞ୍ଜର ଘଟଣା ବୋଲି କୁହାଯାଉଥିôବା ବେଳେ ଲୁଟାରାଙ୍କୁ ଧରିବାକୁ ବିିଭିନ୍ନ ମହଲରୁ ଦାବି ହୋଇଛ ।

LEAVE A REPLY

Please enter your comment!
Please enter your name here