ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ରାସ୍ତାକୁ ତୁରନ୍ତ ମରାମତି ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ବିଧାୟକ

0
88

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ଛତ୍ରପୁରର ସର୍ବାଙ୍ଗୀନ ଉନ୍ନତି ସକାଶେ ସଦାସର୍ବଦା ନିର୍ବାଚନ ମଣ୍ଡଳୀରେ ବିଜୟ ହେବା ଦିନ ଠାରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍ୟମ କରି ଆସୁଛନ୍ତି । ଏନେଇ ଆଜି ଛତ୍ରପୁର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା କଲେଜ ଛକ ଠାରୁ ଦମକଳବାହିନୀ ଛକ ପର୍ଯ୍ୟନ୍ତ ଖାଲଖମା ରାସ୍ତାକୁ ତୁରନ୍ତ ନିର୍ମାଣ ସକାଶେ ବିଧାୟକ ଶ୍ରୀ ବେହେରା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହା ସହ କାଳିଆବାଲି ଠାରୁ ବଡ଼ମାଧପୁର ପର୍ଯ୍ୟନ୍ତ ଯାଇଥିବା ପିଏଚଡି ରାସ୍ତାକୁ ତୁରନ୍ତ ମରାମତି କରିବାକୁୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି । ସେହିପରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ଗଞ୍ଜାମ ମେଡ଼ିକାଲରେ ଡାକ୍ତର ପଦବି ପୂରଣ ନିମନ୍ତେ ବିଧାୟକ ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାଶଙ୍କୁ ଭେଟି ଚିଠି ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here