ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ବିଜେପିର ସଦସ୍ୟତା ଉପରେ ଏକ ବୈଠକ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବିଜେପି ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନା, ଜିଲ୍ଲା ସଭାପତି କାହ୍ନୁଚରଣ ପତି, ଜିଲ୍ଲା ସଦସ୍ୟତା ପ୍ରଭାରୀ ରାଜେଶ ସାହୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଗୋପିନାଥ ପଣ୍ଡା ପ୍ରମୁଖ ଯୋଗଦେଇ ନିର୍ବାଚନ ମଣ୍ଡଳୀରେ କିପରି ଅଧିକରୁ ଅଧିକ ସଦସ୍ୟତା ଗ୍ରହଣ ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ଦେବା ସହ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସକାଶେ ବିଜେପି ବିଭିନ୍ନ ମହଲରେ ଦାବି କରି କାର୍ଯ୍ୟ ହାସଲ କରିବା ନିମନ୍ତେ କହିଥିଲେ । ଏହି ବୈଠକରେ ଛତ୍ରପୁର ଏନଏସିର ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ଶ୍ରମିକ ନେତା ବିଜୟ ମୁଦୁଲି, ସନ୍ତ ରାଉଳ, ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ଚୈତନ୍ୟ ପ୍ରଧାନ, ଡି. ସୁରେଶ ରେଡ୍ଡି, ଜି. ମନୋଜ ରେଡ୍ଡିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରଶାନ୍ତ କର ବିଜେପି ରାଜ୍ୟ ସମ୍ପାଦକ ବିଭୂତି ଜେନା ଓ ଜିଲ୍ଲା ସଭାପତି କାହ୍ନୁ ପତିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।