କିଛି ଦିନର ନୀରବତା ପରେ ହିଞ୍ଜିଳିରେ ପୁଣି ଚୋରି

0
264

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଞ୍ଜିଳିରେ ପୁଣି ଚୋରି । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ବିଲ ସାହିର ଜଣେ ମହିଳା ଘରେ ଶନିବାର ରାତିରେ ଚୋରି ହୋଇଛି । ମହିଳା ଜଣକ ଘରେ ନଥିବାର ସୁଯୋଗ ନେଇ କୌଣସି ଅଜଣା ଦୁର୍ବୃତ୍ତ ଘର ପଛପଟ କବାଟକୁ ତାଡ଼ି ଅଳଙ୍କାର ଓ ଟଙ୍କା ଚୋରି କରି ନେଇଯାଇଥିବା ଜଣାପଡ଼ିଛି । ମହିଳା ଘରେ ନଥିବାର ସୁଯୋଗ ନେଇ ଏହି ଘଟଣା ଘଟାଇଥିବା ଜଣାପଡ଼ିଛି । ଚୋରି ଘଟଣା ସଂପର୍କରେ ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଏତଲା ଦାଏର ହୋଇନଥିବା ଆଇଆଇସି ସୂଚନା ଦେଇଛନ୍ତି । ଦୀର୍ଘ କିଛି ଦିନ ହେଲା ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦ ଅଞ୍ଚଳରେ ଘନ ଘନ ଚୋରି ଘଟୁଛି । ଏଥି ପ୍ରତି ପୁଲିସର ପାଟ୍ରୋଲିଂ କଡ଼ା କଡ଼ି କରିବା ସହ ଚୋରକୁ ଚିହ୍ନଟ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here