ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ସମାଜସେବୀ, ପରୋପକାରୀ, ସୁଖଦୁଃଖର ସାଥୀ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଦେଶକ ତଥା ପୂର୍ବତନ ସିନିୟର ହକି ଦଳର ମ୍ୟାନେଜର ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକୀ ଉପଲକ୍ଷେ ଆଜି ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ବିଶେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ମୃତି କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ଶତପଥୀ, ପୂର୍ବତନ କାଉନସିଲର ବି.ରାଜି ବାବୁ, ଟି. ଚନ୍ଦ୍ରଶେଖର ରାଓ, ଅହିଭୂଷଣ ସାହୁ, ବିଜେଡ଼ି ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ରନାଥ ପଣ୍ଡା, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଚିନ୍ମୟ କୁମାର ଦାଶ, ଆଇନଜୀବୀ ବି. ଶ୍ରୀନିବାସ ରାଓଙ୍କ ସମେତ ଛତ୍ରପୁର ଆଖପାଖ ଅଞ୍ଚଳର ଯୁବକ, ସମାଜସେବୀ, ବୁଦ୍ଧିଜୀବୀ ଏବଂ ପ୍ରଭାକର ପଟ୍ଟନାୟକଙ୍କୁ ଭଲ ପାଉଥିବା ସମର୍ଥକ ମାନେ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଗୁଣଗାନ କରିବା ସହ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍ୱର୍ଗତ ପଟ୍ଟନାୟକଙ୍କ ପୁଅ ସୁଧୀର କୁମାର ପଟ୍ଟନାୟକ ଓ ବୋହୂ ସମାପ୍ତି ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ଅବସରରେ ଦୃଷ୍ଟିହୀନ ଯୁବକ ଯୁବତୀ ମାନଙ୍କ ପକ୍ଷରୁ କୃଷ୍ଣ ସଂଗୀତ ଲହରୀ ଭଜନ ପରିବେଷଣ କରାଯାଇଥିଲା ।