ନୂଆପଲ୍ଲୀ ଗୋଲାପ କ୍ଷେତ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲାପାଳ

0
261

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରୀପଲ୍ଲୀ ଗ୍ରାମପଞ୍ଚାୟତର ନୂଆପଲ୍ଲୀ ଠାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ନିଜ ପ୍ରଚେଷ୍ଟାରେ ଗୋଲାପ ଫୁଲ ଚାଷ କରିଛନ୍ତି । ଏନେଇ ଆଜି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଭଦ୍ରକ ଜିଲ୍ଲାର ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସଞ୍ଜୟ କୁମାର ବାରିକ ପରିଦର୍ଶନ କରି ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମାଆ ମାନଙ୍କ ସହିତ ଚାଷ ସଂପର୍କରେ ଆଲୋଚନା କରିବା ସହ ଥାଇଲାଣ୍ଡରୁ ଆସିଥିବା ଜେବ୍ରା ଫୁଲ ଗଛର ଚାରାରୋପଣ କରିଥିଲେ । ମାଆ ଗ୍ରାମ୍ୟଦେବୀ ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ୪୦୦ ବର୍ଗ ମିଟର ପରିମିତ କ୍ଷେତରେ ଏହି ଗୋଲାପ ଚାଷ ବାଉଁଶ ଦ୍ୱାରା ଆଛାଦିତ ସବୁଜ ଗୃହରେ କରାଯାଇଛି । ଜାତୀୟ ଉଦ୍ୟାନ କୃଷି ମିଶନ ଆର୍ଥିକ ସହାୟତା ଓ ଉଦ୍ୟାନ କୃଷି ବିଭାଗର ବୈଷୟିକ ସହାୟତାରେ ଏହି କାର୍ଯ୍ୟକ୍ରମ ହୋଇଛି । ଏଥିରେ ପ୍ରାୟ ୩୨୦୦ ଡଚ୍ କିଶମର ଗୋଲାପ ଗଛ ଲାଗିଛି । ୫ମାସ ପରେ ବ୍ୟବସାୟିକ ଭିତ୍ତିରେ ଫୁଲ ଉତ୍ପାଦନ ହେବ । ବାର୍ଷିକ ୨ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି । ସ୍ୱୟଂସହାୟିକା ଗୋଷ୍ଠୀ ଗୋଲାପ ଫୁଲ ଚାଷ କରି ଓଡ଼ିଶାରେ ପ୍ରଥମ ବୋଲି ଏହାକୁ ପ୍ରଦର୍ଶନୀ କ୍ଷେତ୍ର ଭାବେ ଉପଯୋଗ କରି ଅନ୍ୟାନ୍ୟ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ଏଥି ପ୍ରତି ଆକୃଷ୍ଟ କରିବା ପାଇଁ ଗତ ୧୮ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଏହା କହିଥିଲେ । ତେବେ ଆଜି ଏହି କ୍ଷେତକୁ ଭଦ୍ରକ ଜିଲ୍ଲାପାଳ ପରିଦର୍ଶନ କରି ମାଆ ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଗଞ୍ଜାମ ଜିଲ୍ଲାପାଳ ଏବଂ ଓଡ଼ିଶା ଜୀବିକା ମିଶନର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜିର ପରିଦର୍ଶନରେ ଗଞ୍ଜାମ ଜିଲ୍ଲା ଓଡ଼ିଶା ଜୀବିକା ମିଶନର ଡିପିଏମ୍ ନବୀନ କୁମାର ସେନାପତି, ଏପିଡି (କ୍ରେଡିଟ୍ ) ନଳିନୀକାନ୍ତ ମିଶ୍ର, ଛତ୍ରପୁର ବ୍ଲକର ଓଡ଼ିଶା ଜୀବିକା ମିଶନର ସଂଯୋଜକ ମାନିନୀ ଜେନାଙ୍କ ସମେତ ଭିକାରୀପଲ୍ଲୀ ପଞ୍ଚାୟତର ସମସ୍ତ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here