କୁକୁଡାଖଣ୍ଡି (ଓବି ନ୍ୟୁଜ) ; ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସପ୍ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆଙ୍କୁଷପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଂପାଦିକା ବିଷ୍ନୁପ୍ରିୟା ସାହୁଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଟିତ ହୋଇଯାଇଥିଲା । ବୈଠକରେ ଉଦାରୀକରଣ ପ୍ରକ୍ରିୟା ମଧ୍ୟରେ ଛଟେଇର ପ୍ରଥମ ଶିକାର ହେଉଛନ୍ତି ମହିଳା । ବହୁ ସରକାରୀ କର୍ମଚାରୀ ପଦବୀ ଖାଲିପଡିଛି । କୃଷକମାନଙ୍କ ମୂଳ ସମସ୍ୟା ସମାଧାନ ହେଉନି । ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ବ୍ୟାଙ୍କ ବିନାସୁଧରେ ରୁଣ ଦେଉନାହାନ୍ତି । ମହିଳା ସଂଶକ୍ତିକରଣ ଏକ ଭୋଟ ବ୍ୟାଙ୍କରେ ପରିଣତ ହେଉଥିବା କ୍ଷୋଭ ପ୍ରକାଶ କରାଯାଇଥିଲା । ଆଗାମୀଦିନରେ ସଭ୍ୟ ସଂଗ୍ରହକୁ ଶ୍ରୀଘ୍ର ଶେଷ କରି ଅଧୀକରୁ ଅଧିକ ୟୁନିଟ୍ ଗଠନ କରିବା,ସ୍ଥାୟୀ ସମସ୍ୟାକୁ ଅଗ୍ରାଧୀକାର ଦେଇ ଗଣସଂଗଠନ ବୃଦ୍ଧି କରିବା ସହ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଆଗେଇ ନେବା,ମହିଳାମାନଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ କାର୍ଯ୍ୟକାରୀ କରାଇବା,ଅନ୍ଧ ବିଶ୍ୱାସ ବିରୋଧରେ ସଚେତନ କରାଇବା ଭଳି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଜିଲ୍ଲା ନେତ୍ରୀ ବାସନ୍ତି ଷଡଙ୍ଗି,ଅମ୍ବିକା କୁମାରୀ ପାଣିଗ୍ରାହୀ,ଉର୍ମିିଳା ଜେନା,ମାଧୁରୀ ସ୍ୱାଇଁ,ରାମ ନାୟକ,ବିଜୟ ମଲ୍ଲିକ,ଅଜିତ ପାଣୀଗ୍ରାହୀ,ବିଜୟ ଗୌଡ,ସୁରେନ୍ଦ୍ର ମଲ୍ଲିକ,ନରସିଂହ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।