କବିସୂର୍ଯ୍ୟନଗର ପ୍ରିମିୟମ ଲିଗ ର ଫାଇନାଲ ମ୍ୟାଚ

0
83

କବିସୂର୍ଯ୍ୟନଗର(ଓବି ନ୍ୟୁଜ)(ଗଣେଶ ଡ଼ାକୁଆ) :କବିସୂର‌୍ୟ୍ୟ ନଗର ଶିବ କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ କବିସୂର‌୍ୟ୍ୟ ନଗର ପ୍ରିମିୟମ ଲିଗ ର ଅନ୍ତିମ ତଥା ଫାଇନାଲ ମ୍ୟାଚ ସ୍ଥାନୀୟ ଚଣା ପଡିଆ ଠାରେ ଖେଳା ଯାଇଥିଲା। ଆଜିର ଏହି ଫାଇନାଲ ମ୍ୟାଚ ରେ ମୂଖ୍ୟ ଅତିଥି ରୂପେ କବିସୂର‌୍ୟ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ସ୍ନନମାନ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଭାରଉତ୍ତୋଲନ ସଙ୍ଘ ର ସଭାପତି ତଥା ରାଜ୍ୟ ଭାରଉତ୍ତୋଲନ ସଙ୍ଘର ସମ୍ପାଦକ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ସାହୁ, ପୂର୍ବତନ ନଗର ପାଳ ମନୋରଞ୍ଜନ ମହାପାତ୍ର, ପୂର୍ବତନ ନଗର ପାଳିକା ତଥା କବିସୂର‌୍ୟ୍ୟ ନଗର ମହିଳା ବିଜେଡି ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ମହାମୟୀ କମିଟି ସଭାପତି ବିଜୟ କୁମାର କଂହର, ସୋସାଇଟି ସଭାପତି ମଂନ୍ମମଥ ପରିଡା, ଯୁବ ନେତା ରସଲ ଦାସ, ସୁଦର୍ଶନ ପ୍ରଧାନ, ଅରୁଣ କୁମାର ନାୟକ ପ୍ରମୁଖ ମଞ୍ଚସିନ ଥିଲେ ।

୧୫ ଦିନ ଧରି ଚାଲିଥିବା ଏହି କ୍ରିକେଟ ତ୍ରୁନାମେଣ୍ଟ ରେ ଆଜି ଘୋଡାପଳନା ସହ ମଡ଼ାବାଇ ର ଫାଇନାଲ ମ୍ୟାଚ ଖେଳା ଯାଇଥିଲା ମ୍ୟାଚରେ ମଡ଼ାବାଇ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇ ୧୬ ଓଭର ରେ ମ୍ୟାଚରେ ୮୬ ରନ କରିଥିବା ବେଳେ ଘୋଡାପଲନା ଟିମ ୧୪ ଓଭର ରେ ୫ ଉଇକେଟ ୮୭ ରନ କରି ବିଜୟ ହାସଲ କରିଥିଲେ ।ଉପବିଜେତା ଟିମ ମଡ଼ାବାଇ କୁ ୫୦୦୦ ହଜାର ଟଙ୍କା ସହ ଟ୍ରଫି ସନ୍ନମାନ ଅତିଥି କୁମୁଦ ଚନ୍ଦ୍ର ସାହୁ, ମନୋରଞ୍ଜନ ମହାପାତ୍ର, ବିଜୟ କଂହର, ଲକ୍ଷ୍ମୀପ୍ରିୟା ସାହୁ ପ୍ରଦାନ କରିଥିବା ବେଳେ ବିଜେତା ଟିମ ଘୋଡ଼ପଳନା ଟିମ କୁ ବିଜୟ ଟ୍ରଫି ସହ ୭୦୦୧ ଟଙ୍କା ମୂଖ୍ୟ ଅତିଥି ମାନ୍ୟବର ବିଧାୟିକା ଲତିକା ପ୍ରଧାନ ପ୍ରଦାନ କରିଥିଲେ। ଆଜିର ଏହି ତ୍ରୁନାମେଣ୍ଟ କୁ ଶିବ କ୍ରିକେଟ କ୍ଳବ ର ସଦସ୍ୟ ତପନ କୁମାର ନାୟକ ,ଅକ୍ଷୟ ଦାସ, ବସନ୍ତ ନାୟକ, ଚିରଞ୍ଜିବି ଦାସ, ରଂଜୟ ଦାସ, ସଞ୍ଜୟ ଦାସ, ସୁଦାମ ଦାସ, ଶଙ୍କର ଦାସ ଓ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here