ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ସରକାର ଠାରୁ ଆରମ୍ଭ କରି ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସାରା ଅଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଅପରାହ୍ନ ରେ ହିଂଜିଳିକାଟୁ ଘୋଡାହାଡ୍ ନଦୀ ପାଖ ରେ ଥିବା ମଶାଣୀ ନିକଟରୁ ବୁରୁପଡା ଗ୍ରାମର କିଛି ମହିଳା ଗଛକୁ କାଟି ଜାଳନି ପାଇଁ ନେଉ ଥିବା ସମୟରେ ତ୍ରିରଙ୍ଗା ଯୁବକ ସଙ୍ଘର ପ୍ରତିଷ୍ଠାତା ତଥା ସଭାପତି ରଞ୍ଜନ କୁମାର ସାହୁ କୌଣସି କାର୍ୟ୍ୟ ରେ ରାସ୍ତା ଦେଇ ଯାଉଥିବା ସମୟ ରେ ଏହା ଦେଖି ଉପସଭାପତି ପ୍ରଭାତ କୁମାର ମହାରଣାକୁ ଜଣାଇଥିଲେ ସେ ଅନ୍ୟ ସଦସ୍ୟକୁ ଘଟଣା ସମ୍ପର୍କରେ ଅବଗତ କରାଇ କିଛି ସମୟ ପରେ ଯୁବକ ସଂଘ ସଦସ୍ୟ ଓ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନ ଡିସ୍କୋଭର ହିଞ୍ଜିଳିର ସଦସ୍ୟ ପହଞ୍ଚିବା ପରେ ମହିଳା ମାନେ ହଡ଼ବଡେଇ ହୋଇ ଗଛ ଛାଡ଼ି ଘଟଣା ସ୍ଥଳରୁ ପଳେଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ସଦସ୍ୟ ମାନେ ପ୍ରଶାସନିକଅଧିକାରୀ ଓ ହିଂଜିଳି ଫରେଷ୍ଟରଙ୍କୁ ଜଣାଇଥିଲେ । ହିଂଜିଳି ଥାନା ପକ୍ଷରୁ କିଛି କର୍ମଚାରୀ ମାନେ ପହଞ୍ଚିଥିବା ବେଳେ।ହିଂଜିଳି ବନ ଅଧିକାରୀଙ୍କୁ ଏବିଷୟରେ ଅବଗତ କରିବାରୁ ସେ କହିଥିଲେ ଯେ ଘଟଣା ସ୍ଥଳ ଆମ ବନବିଭାଗ ଅଧୀନରେ ଆସୁନାହିଁ ଏହା ଶେରଗଡ଼ ବନ ବିଭାଗ ଅଧୀନରେ ଆସୁଛି ଶେରଗଡ଼ ବନ ଅଧିକାରୀ ଚେରମାରିଆ ଅଧୀନ ରେ ଆସୁଛି ଏମେତି କିଛି ଘଣ୍ଟା ବନ ସୀମା ରେଖାକୁ ନେଇ ନାଟକ ଚାଲିବା ପରେ ଶେଷ ରେ ଚେରମାରିଆ ବନଅଧିକାରୀ ବିନାୟକ ରଂଜନ କର ଘଟଣା ସ୍ଥଳରେ ପହଞ୍ଚି କଟା ଯାଇଥିବା ଗଛ ଗଣ୍ଡିକୁ ଜବତ କରିଥିଲେ। ଏଠି ଗଛର ଦାୟିତ୍ଵ ସମସ୍ତଙ୍କର ରହିଥିବା ବେଳେ ବନବିଭାଗର ସୀମା ରେଖାକୁ ନେଇ ଟାଣ ଓଟରା ଯୋଗୁଁ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ମାନେ ଘଟଣା ସ୍ଥଳକୁ ବନ ଅଧିକାରୀ ଆସିଲା ପର୍ଯ୍ୟନ୍ତ ବର୍ଷା ରେ ଓଦା ହୋଇ କଟା ଯାଇଥିବାକୁ ଜଗିରହିଥିବା ଦେଖିବାକୁ ମିଳିଛି। ବନ୍ ବିଭାଗ ଲକ୍ଷ ଲକ୍ଷ ଟଙ୍କାର ଚାରା କିଣି ରୋପଣ କାର୍ଯ୍ୟକ୍ରମ ନା ରେ ଚାରି ଆଡେ ବୁଲି ଫଟୋ ଉଠାଇ ସୋସିଆଲ ମେଡିଆ ରେ ଛାଡ଼ିଲେ କିଛି ଲାଭ ନାହିଁ ଏହାର ଉଚିତ୍ ଯତ୍ନ ନେବା ଦରକାର ବୋଲି ବୃଦ୍ଧିଜିବୀ ମହଲ ରେ ଚର୍ଚ୍ଚା ହୋଉଛି।