ପାଗଳ କୁକୁର କାମୁଡ଼ାରେ ୭ ଜଣ ଆହାତ ଜଣେ ଗୁରୁତର

0
69

ପାତ୍ରପୁର (ଓବି ନ୍ୟୁଜ୍) (ବଦ୍ରୀ ନାରାୟଣ ରଣା) ଗତ କିଛି ଦିନ ଚଳେ ପାତ୍ରପୁର ବ୍ଳକର ପାତ୍ରପୁର ସମେତ ବହୁ ଗ୍ରାମ ମାନଙ୍କରେ ପାଗଳ କୁକୁରଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା । ପୁଣି ସେହି ଘଟଣାରୁ ପୁନାରାବୃତି ହୋଇଥିବା ଦେଖିବାକୁ ମିଳିଛି । ଏହି ବ୍ଳକର ସାମନ୍ତରାପୁର ପଞ୍ଚାୟତରେ ପାଗଳ କୁକୁର କାମୁଡ଼ାରେ ଆଠ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ଗତକାଲି ରାତିରେ ଗୋଟିଏ କୁକୁର ବିଭିନ୍ନ ଗ୍ରାମକୁ ଯାଇ ଆଠ ଜଣକୁ କାମୁଡ଼ି ଆହତ କରିଥିବା ବେଳେ ସେଥିରୁ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତର ଜଣକ ପାଂଚାମ୍ବ ଜମ୍ବୁ ସେଠୀ (୫୫) ବୋଲି ଜଣାପଡ଼ିଛି । ରାତିରେ ଶୋଇଥିବା ବେଳେ କୁକୁର ଆକ୍ରମଣ କରିଥିଲା ତାଙ୍କର ବେକକୁ କାମୁଡ଼ି ଦେଇଥିବାରୁ ଗୁରୁତର ହୋଇ ପାତ୍ରପୁର ଓ ପରେ ବ୍ରହ୍ମପୁର ସ୍ଥାନାନ୍ତରୀତ ହୋଇଛନ୍ତି । ସେହିଭଳି ସେହିଗ୍ରାମର ବୃନ୍ଦାବତୀ ପ୍ର୍ରଧାନ, ଗଗନ ପ୍ରଧାନ, ଗୁଡ଼ିପଦର ଗ୍ରାମର ଆପିଲି ଜାନି, ତାଳପଦର ହରି ଶବର, ସାମନ୍ତରାପୁର ଜମୁନା ପ୍ରଧାନ, କୁନ୍ଦନ ସାହୁ, ଓ ଗୋଟିଏ ଛୋଟ ଶିଶୁ ସମେତ ପ୍ରମୁଖ ଆଠ ଜଣ ଆହତ ହୋଇଛନ୍ତି । ଏଦିଗରେ କିଛି ପଦକ୍ଷେପ ଗ୍ରହଣ ପାଇଁ ବିଭିନ୍ନ ମହଲରୁ ଦାବି ଉଠିଛି ।

LEAVE A REPLY

Please enter your comment!
Please enter your name here