ହାଇକୋର୍ଟ ବେଂଚ ପାଇଁ ଓକିଲଙ୍କ ଆନ୍ଦୋଳନ

0
55

ବ୍ରହ୍ମପୁର(ଓବି ନ୍ୟୁଜ): ପୁଣି ଥରେ ସେହି ପୁରୁଣା ଦାବିକୁ ଦୋହରାଇଛନ୍ତି ଗଞ୍ଜାମ ଓକିଲ ସଂଘ । ବ୍ରହ୍ମପୁରଠାରେ ଜିଲ୍ଲା କୋର୍ଟର ସମସ୍ତ କାର୍ଯ୍ୟରତ ଆଇନଜୀବୀମାନେ ଏହି ଦାବି ପୂରଣ ନେଇ ଆଜିଠାରୁ ଆରମ୍ଭ କରିଛନ୍ତି କାର୍ଯ୍ୟବନ୍ଦ ଆନ୍ଦୋଳନ । ଅନ୍ୟତମ ସର୍ବପୁରାତନ ଏହି ଜିଲ୍ଲା କୋର୍ଟରେ ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ବର୍ଷ ହେଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହୋଇଆସୁଛି । ଏପରିକି ତଳ ଦିନେ ଲଗାତର ଭାବେ ୯ ମାସ ଧରି ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିଲା । ତେବେ ପରବର୍ତୀ ସମୟରେ କୋର୍ଟର ନିଷ୍ପତି ପ୍ରକାରେ ପ୍ରତି ମାସର ଶେଷ ଚାରି ଦିନ ସଂଘ ପକ୍ଷରୁ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ଗତକାଲି ରବିବାର ଥିବାରୁ ଆଜିଠାରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଏଥିପାଇଁ ସଂଘର କାର୍ଯ୍ୟାଳୟ ସମ୍ମୁଖରେ ସଂଘର କର୍ମକର୍ତା ଓ ସଦସ୍ୟମାନେ ଧାରଣା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here