ଧରାକୋଟ ବିଡ଼ିଓଙ୍କୁ ଆକ୍ରମଣ ଉଦ୍ୟମ ଘଟଣାର ନିନ୍ଦା କଲା ଗଞ୍ଜାମ ଜିଲ୍ଲା ଓଏଏସ ସଂଘ

0
971

ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ଗତ ୨୪ ତାରିଖ ଦିନ ଧରାକୋଟ ବିଡ଼ିଓ ଅଜୟ କୁମାର ପ୍ରଧାନଙ୍କୁ କିଛି ଅସାମାଜିକ ବ୍ୟକ୍ତିମାନେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ ଘଟଣାକୁ ନେଇ ଆଜି ସ୍ଥାନୀୟ ସର୍କିଟ୍ ହାଉସ ଠାରେ ଗଞ୍ଜାମ ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘ (ଓଏଏସ) ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରିବା ସହ ଏକ ଜରୁରୀକାଳୀନ ବୈଠକ ସଂଘର ସଭାପତି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ତୁରନ୍ତ ଗିରଫ କରିବା ସହ ଧରାକୋଟ ବିଡ଼ିଓଙ୍କୁ ସୁରକ୍ଷା ଦେବା ନିମନ୍ତେ ଦାବି କରିଛନ୍ତି । ଆଜିର ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଓଏସ ସଂଘର ସମ୍ପାଦକ ତଥା ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାଏ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ , ଡ଼ୁଡ଼ା ପିଡ଼ି ସବ୍ୟସାଚୀ ହୋତା, ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼. ବିଜୟାନନ୍ଦ ସେଠୀ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼. ଦିବ୍ୟଲୋଚନ ମହନ୍ତଙ୍କ ସମେତ ସଂଘର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here