ମହଙ୍ଗା ହେଲା ରୋଷେଇ ଗ୍ୟାସ୍

0
249

ବ୍ରହ୍ମପୁର (ଓବି ନ୍ୟୁଜ ବ୍ୟୁର) ; ଗ୍ୟାସ୍ ସିଲିଣ୍ଡର୍ ଦର ୬ ବର୍ଷ ପରେ ରେକର୍ଡ ଭାଙ୍ଗିଲା, ସିଲିଣ୍ଡର ପିଛା ୧୪୯ ଟଙ୍କା ବଢ଼ିଲା, ଏଣିକି ଗଣିବାକୁ ହେବ ୮୯୫ ଟଙ୍କା ୫୦ ପଇସା । ରୋଷେଇ ସିଲିଣ୍ଡରର ଦର ୭୪୬ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ୮୯୫ ଟଙ୍କା ହୋଇଛି ।ଏହାର ପ୍ରମୁଖ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି । ଅବଶ୍ୟ ଏହି ଦର ବୃଦ୍ଧି ପରେ କେନ୍ଦ୍ର ସରକାର ରିହାତି ମଧ୍ୟ ବଢାଇଛନ୍ତି । ଏଣିକି ଆପଣ ଯଦି ରିହାତି ପାଉଛନ୍ତି, ତେବେ ଆପଣଙ୍କୁ ୩୮୪ ଟଙ୍କା ରିହାତି ମିଳିବ ।ପୂର୍ବରୁ ଏହି ରିହାତି ୨୩୫ଟଙ୍କା ଥିଲା । ରିହାତି ୩୮୪ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଂଉଟକୁ ଆସିଯିବ । ଜାନୁଆରୀ ୨୦୧୪ ପରେ ଏହା ସବୁଠାରୁ ଗ୍ୟାସ ଦରରେ ବଡ ବୃଦ୍ଧି । ଜାନୁଆରୀ ୨୦୧୪ରେ ସିଲିଣ୍ଡର ପିଛା ୨୨୦ ଟଙ୍କା ଦର ବୃଦ୍ଧି ହୋଇଥିଲା । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସିଲିଣ୍ଡର ପାଉଥିବା ହିତାଧିକାରୀମାନେ ପୂର୍ବରୁ ୧୭୪ ଟଙ୍କା ୮୬ ପଇସା ରିହାତି ପାଉଥିବା ବେଳେ ଏବେ ସେମାନେ ୩୧୨ ଟଙ୍କା ୪୮ ପଇସାର ରିହାତି ପାଇବେ ।

LEAVE A REPLY

Please enter your comment!
Please enter your name here