ଆସ୍ଥା ଭୋଟରେ ଜିତିଲେ ୟେଦ୍ୟୁରପ୍ପା

0
35

ବେଙ୍ଗୁଲୁର(ଓବି ନ୍ୟୁଜ): କଳ୍ପନା ଜଳ୍ପନାର ଅବସାନ ଘଟାଇ ଆସ୍ଥା ଭୋଟରେ ଜିତିଲେ କର୍ଣ୍ଣାଟକର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ପି.ଏସ୍. ୟେଦ୍ୟୁରପ୍ପା । କଂଗ୍ରେସ ଓ ଜେଡିଏସ୍ ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଏଚ.ଡି.କୁମାର ସ୍ୱାମୀ ଆସ୍ଥା ଭୋଟରେ ପରାଜୟ ବରଣ କରିବା ପରେ କେଉଁ ଦଳ ସରକାର ଗଠନ କରିବ, କିଏ ମୁଖ୍ୟମନ୍ତ୍ରୀ ହେବ, ତାକୁ ନେଇ ଲାଗିରହିଥିଲା କଳ୍ପନା ଜଳ୍ପନା । ଏପରିକି ରାଷ୍ଟ୍ରପତି ଶାସନ ଜାରି ହେବାର ସମ୍ଭାବନାକୁ ଏଡ଼ାଇ ନଥିଲେ ରାଜନୈତିକ ସମୀକ୍ଷକମାନେ । ତେବେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ଗତ ଶୁକ୍ରବାର ଦିନ ୟେଦ୍ୟୁରପ୍ପା ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଜି ତାଙ୍କ ସପକ୍ଷରେ ଆସ୍ଥା ଭୋଟ ହୋଇଥିଲା । ଅନ୍ୟପଟେ ୧୮ ଜଣ ବିଧାୟକଙ୍କ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ପରେ ଆଜିର ଆସ୍ଥା ଭୋଟ ୟେଦ୍ୟୁରପ୍ପାଙ୍କ ସପକ୍ଷରେ ଯିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ । ଏପରିକି ମତ ବିଭାଜନ ପାଇଁ ବିରୋଧି ପକ୍ଷରୁ ଦାବି ନହେବାରୁ ୟେଦ୍ୟୁରପ୍ପାଙ୍କ ବିଜୟୀ ପଥର ପରିଷ୍କାର ହୋଇଯାଇଥିଲା । ଖୁବଶୀଘ୍ର ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ସୂଚନା ଦେଇଥିବାବେଳେ ଆଗକୁ ବିରୋଧି ଦଳର ରଣନୀତି କ’ଣ ରହିବ ତାକୁ ଜାଣିବା ପାଇଁ ସମସ୍ତଙ୍କ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here