ଅବକାରୀ ବିଭାଗ ଚଢ଼ାଉ : ଏକ କୁଇଂଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

0
84

ସୋନପୁର (ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୁବର୍ଣ୍ଣପୁର ଅବକାରୀ ବିଭାଗ ଜାଲ ନଂ ପ୍ଲଟ ଲାଗିଥିବା ସ୍କୋର୍ପିଓ ଗାଡିରୁ ବହୁପରିମାଣର ଗଂଜେଇ ଜବତ କରିବ ସହ ଏଥିରେ ସଂପୃକ୍ତ ଜଣେ ଯୁବକ କୁ ଗିରଫ କରିଥିବା ବେଳେ ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ଗଂଜେଇର ପରିମାଣ ଏକ କୁଇଂଟାଲ ଥିବା ବେଳେ ସଂପୃକ୍ତ ଯୁବକକୁ କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛି । ସୁଚନାନୁସାରେ ଭୋର ସକାଳୁ ଜିଲ୍ଲା ଅବକାରୀ ବିଭାଗ ର ସ୍ୱତନ୍ତ୍ର ସ୍କ୍ୱାର୍ଡ ଅବକାରୀ ଡିଏସପି ସନ୍ତୋଷ କୁମାର ଧଳସାମନ୍ତ,ରମ୍ଭା ବାଗ,ପ୍ରଦୀପ ରଥ,ପିଂଟୁ ସାହୁ, ନନ୍ଦି କର୍ମି,ଡୋଲମଣି ପଧାନ ,ପୃଥିରାଜ କଅଁର ପ୍ରମୁଖ ପେଟ୍ରୋଲିଂ ଦଳ ସହରର ପ୍ରବେଶ ପଥ ଗୁଡିକରେ ପେଟ୍ରୋଲିଂ କରୁଥିବା ବେଲେ ବୌଦ୍ଧ ଅଚଂଳରୁ ଆସୁଥିବା ଓଡି୧୭-ଏମ-୯୧୬୦ ନଂ ସ୍କୋର୍ପିଓ ଗାଡି ସନ୍ଦେହ ଅବସ୍ଥାରେ ଆସୁଥିବା ଦେଖି କୁଂଜ ହୋଟେଲ ଛକ ନିକଟରେ ପେଟ୍ରୋଲିଂ ଦଳ ଅଟକାଇ ଥିଲେ । ତେବେ ଦୂରରୁ ସ୍କ୍ୱାର୍ଡ଼କୁ ଦେଖି ହଠାତ ଗାଡି ଡ୍ରାଇଭର ଗାଡି ଠିଆ କରି ଫେରାର ମାରିଥିଲେ । କିନ୍ତୁ ସ୍କ୍ୱାର୍ଡର ଯାଂଚ ବେଳେ ଏକ କୁଇଂଟାଲ ଗଞ୍ଜଇ ବାହାରିବା ଫଳରେ ଗାଡିରେ ଥିବା ଅନ୍ୟ ଜଣେ ଯୁବକ କୁ ଗିରଫ କରିବାସହ ଗାଡିକୁ ଜବତ କରିଥିଲେ । ତେବେ ସଂପୃକ୍ତ ଯୁବକ ଛତିଶଗଡ ଅଂଚଳର ଭୋଜରାମ ପଲାଇ ବୋଲି ପରିଚୟ ଦେଇଥିବା ବେଲେ ଫେରାର ଡ୍ରାଇଭର ର ନାମ ରାଜ ଯାଦବ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here