ଭଞ୍ଜନଗର ତାରାସିଙ୍ଗ ପୁଲିସର ପଥର କୁଆଁରୀରେ ଚଢଉ: କ୍ୱାରି ମାଲିକ ସହ ୬ ଗିରଫ, ବ୍ୟବହୃତ ସାମଗ୍ରୀ ଓ ଟ୍ରାକ୍ଟର ଜବତ

0
350

ଭଞ୍ଜନଗର (ଓବି ନ୍ୟୁଜ) (ଜୟକୃଷ୍ଣ ପଟ୍ଟନାୟକ): ଭଞ୍ଜନଗର ତାରାସିଙ୍ଗ ପୁଲିସର ପଥର କୁଆଁରୀରେ ଚଢଉ । ଗତକାଲି ଦିନ ୧୨ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ତାରାସିଙ୍ଗି ପୁଲିସ ସମରବନ୍ଧ ପାହାଡ଼ରେ କୁଆଁରୀ ଫଟାଇବା ପାଇଁ ରଖାଯାଇଥିବା ବାରୁଦକୁ ଜବତ କରିଥିଲେ । ଏହି ବାରୁଦ ପଥର ଫଟାଇବା ପାଇଁ ବ୍ୟବହାର ହୋଇଥାଏ । ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ତାରାସିଂ ଆଇଆଇସି ସବ୍ୟସାଚୀ ମଲ୍ଲ ଓ ତାଙ୍କ ଷ୍ଟାଫ ମିଳିତ ଭାବେ ଏହି ଚଢଉ କରିଥିଲେ । ଏହି ଚଢଉରେ ୧୭୫ କେଜି ଡ଼ିଟେରନେଟର, ଇଲେଟ୍ରିକ ୱାଇର, ୧୦୦ କେଜି ୱେବଫେଟିଲାଇଜର, ଏକ ଟ୍ରାକଟର ନଂ(ଓଆର୦୭ -ଏମ- ୪୯୩୮), ଗୋଟିଏ କଂପ୍ରେସର , ଗୋଟିଏ ଡ଼୍ରିଲ ମେସିନ, ଆଇରନ , ଡ଼୍ରିଲିଂ ରଡ଼୍ ଅନ୍ୟାନ ସାମଗ୍ରୀ ଜବତ କରିଥିଲେ । ଏହା ସହ କ୍ୱାରି ମାଲିକ ସମେତ ୬ଜଣଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡ଼ିପିଓ ସୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ଅଭିଯୁକ୍ତ ମାନେ ହେଲେ ନାରାୟଣପଲ୍ଲୀର ରାମଚନ୍ଦ୍ର ସାହୁ, କଳିଙ୍ଗାପଦରର ଜିତେନ୍ଦ୍ର କୁମାର ପଟ୍ଟନାୟକ, କୁଶପଲ୍ଲୀର ଅରୁଣ ବିଷୋୟୀ, ବାଳକୃଷ୍ଣ ନାୟକ, ସରୋଜ ରାଉତ ଓ ଟିଟୁ ରାଉତ ।
ଏହା ସହ ଆଗକୁ ଏପରି ଚଢଉ ଜାରୀ ରହିବ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here