ପୁରୁଷୋତମପୁର (ଓବି ନ୍ୟୁଜ)(ସୁନୀଲ କୁମାର ସାହୁ) : ଶବ ଦାହ କରିବା ପାଇଁ ଗ୍ରାମରେ ଗୃହ ନଥିବା ବେଳେ ଏବେ ପାଲ ତଳେ କରାଯାଇଛି ଶବ ଦାହ । ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ହରିଶ୍ଚର୍ଯ୍ୟ ଯୋଜନା ଅନ୍ୟତମ । ଶବ ଦାହ କରିବା ପାଇଁ ପ୍ରତ୍ୟେକ ଗ୍ରାମରେ ଶବ ଦାହ ଗୃହ ନିର୍ମାଣ ହେଉଥିବା ବେଳେ ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ନାଇଡ଼ୁପଲ୍ଲୀ ଗ୍ରାମରେ ଶବ ଦାହ ନିମନ୍ତେ ଗୃହ ନଥିବାରୁ ଖୋଲା ଆକାଶ ତଳେ ପାଲ ଟାଣି ଶବ ଦାହ କରିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ଭାଟକୁମାରଡ଼ା ପଂଚାୟତ ନାଇଡ଼ୁପଲ୍ଲୀ ଗ୍ରାମରେ ଆଜି ଯାଏଁ ଶବ ଦାହ ଗୃହ ହୋଇନଥିବାରୁ ଶବ ଦାହ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଗ୍ରାମବାସୀ ଶବ ଦାହ କରିବା ପାଇଁ ନିକଟସ୍ଥ ମଶାଣିରେ ପୋଡ଼ାଯାଉଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଶବ ଦାହ କରିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମରେ ଲୋକମାନେ ପାଲଟାଣି ପ୍ର୍ରାୟ ୪ ଘଂଟାରୁ ଉଦ୍ଧ୍ୱର୍ ହେବ ପାଲ ତଳେ ଶବ ଦାହ କରିଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ଯୋଜନା କେତେ ଯେ ଉପଯୋଗିତା ତାହା କହିବା ନଭଲ । ଏଭଳି ଘଟଣା ପ୍ରଥମ ନୁହଁ । ଏହି ଗ୍ରାମରେ ବର୍ଷା ସମୟରେ ରାତି ହେଉ କି ଦିନ ପାଲଟାଣି ଶବ ଦାହ କରୁଥିବା ଦେଖିବାକୁ ମିଳିଛି । ସରକାରଙ୍କ କେବେ ଏହି ଗ୍ରାମ ଉପରେ ଦୃଷ୍ଟି ପଡ଼ିବ ସେନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଘଟଣା ସଂପର୍କରେ ସ୍ଥାନୀୟ ସରପଂଚ ବିମ୍ବାଧର ବେହେରାଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଥିଲେ ଯେ ଏହି ଗ୍ରାମକୁ ଶବ ଦାହ କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଆଜି ଯାଏଁ ଅନୁଦାନ ଆସିନାହିଁ । ଏନେଇ ସରକାରଙ୍କୁ ଲିଖିତ ଭାବେ ଦିଆଯାଇଛି । ଅନୁଦାନ ମିଳିଲେ ତାହା ଅତିଶୀଘ୍ର କରାଯିବ ବୋଲି ସେ କହିଛନ୍ତି ।