ରସଗୋଲା ଓଡ଼ିଶାର, ମିଳିଲା ଜିଆଇ ଟ୍ୟାଗ୍

0
59
  • ଭୁବନେଶ୍ୱର(ଓବି ନ୍ୟୁଜ):ରସଗୋଲା ଓଡ଼ିଶାର ନା ପଶ୍ଚିମବଙ୍ଗର । ତାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିଲା ବାଦ ବିବାଦ । କଲିକତା ରସଗୋଲାକୁ ଅନେକେ ପସନ୍ଦ କରନ୍ତି, ଆଉ ତାହାର ଫାଇଦା ଉଠାଇବାକୁ ଯାଇ ପଶ୍ଚିମବଙ୍ଗରୁ ହିଁ ରସଗୋଲାର ଉତ୍ପତି ବୋଲି ପଶ୍ଚିମବଙ୍ଗ ପକ୍ଷରୁ ଦାବି ହୋଇଥିଲା । ହେଲେ ରସଗୋଲା ପରମ୍ପରା ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ । ରଥଯାତ୍ରାରୁ ବାହୁଡ଼ିବା ପରେ ମହାପ୍ରଭୂ ଜଗନ୍ନାଥ ସାଥୀରେ ନିଜ ସ୍ତ୍ରୀ ଲକ୍ଷ୍ମୀଙ୍କୁ ନେଇନଥିବାରୁ ସେ ରାଗିଥିଲେ । ଏଣୁ ପ୍ରଭୂ ଜଗନ୍ନାଥ ଯାତ୍ରାରୁ ଫେରିବା ପରେ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଖାଇବାକୁ ଦେଇଥିଲେ ।

ଏହି ପରମ୍ପରା ବହୁ ପୁରାତନ । ଏଥି ପାଇଁ ରଥଯାତ୍ରା ଅବସରରେ ଭକ୍ତମାନେ ତିନି ଠାକୁର ରଥ ଉପରେ ଥିବା ବେଳେ ରସଗୋଲା ଭୋଗ ଅର୍ପଣ କରିଥାନ୍ତି । ଏଣୁ ଜଗନ୍ନାଥ ସଂସ୍କୃତି ଯେତେ ପୁରୁଣା ଓଡ଼ିଶାରେ ରସଗୋଲା ପ୍ରଚଳନ ସେତେ ପୁରୁଣା । ଆଉ ତାକୁ ଦୃଷ୍ଟିରେ ରଖି ରସଗୋଲା ଓଡ଼ିଶାର ବୋଲି ଦାବି କରିଥିଲେ ଦୁଇଟି ସଂସ୍ଥା ଉକ୍ରଳ ମିଷ୍ଟାନ ବ୍ୟବସାୟ ସମିତି ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ । ଆଉ ବିବାଦ ଯାଇ ପହଂଚିଥିଲା କେନ୍ଦ୍ର ସରକାରଙ୍କ ଜିଆଇ ରେଜିଷ୍ଟ୍ରାରଙ୍କ ନିକଟରେ । ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ହୋଇଥିବା ବେଳେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ସହ ଭୌଗୋଲିକ ପରିଚୟ ଆଇନରେ ମଧ୍ୟ ମିଳିଲା ମାନ୍ୟତା । ପଶ୍ଚିମବଙ୍ଗକୁ ନିରାଶ କରି ଓଡ଼ିଶା ସପକ୍ଷରେ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାରଙ୍କ ଜିଆଇ ରେଜିଷ୍ଟାର । ଏଣୁ ଏବେ ଓଡ଼ିଶାବାସୀ ବେଶ୍ ଖୁସି ।

LEAVE A REPLY

Please enter your comment!
Please enter your name here