ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ବୋଲବମ ଭକ୍ତଙ୍କ ଭିଡ଼

    0
    25

    ବ୍ରହ୍ମପୁର(ଓବି ନ୍ୟୁଜ) : ଶ୍ରାବଣ ମାସର ସୋମବାରରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳେ ଓ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ ଆଜି ମାସର ଦ୍ୱିତୀୟ ସୋମବାର ହୋଇଥିବା ହେତୁ ବ୍ରହ୍ମପର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିଲା । ବୋଲବମ ଭକ୍ତମାନେ ବିଭିନ୍ନ ଜଳାଶୟରୁ ପାଣି ଉଠାଇ ମହାଦେବଙ୍କ ମସ୍ତକରେ ଜଳଲାଗି କରିଥିଲେ । ଏଥି ପାଇଁ ବିଭିନ୍ନ ଶୈବପୀଠରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସହରର ଗୋକର୍ଣ୍ଣେଶ୍ୱର, ନୀଳକଣ୍ଠେଶ୍ୱର, ବୈଦ୍ୟନାଥେଶ୍ୱର, ଧବଳେଶ୍ୱର, ସକଳେଶ୍ୱର, ଗଙ୍ଗାଧରେଶ୍ୱର, ପାତାଳେଶ୍ୱର, ପଂଚୁଲିଙ୍ଗେଶ୍ୱର ଆଦି ଶୈବ ପୀଠରେ ଦିନ ତମାମ ଭିଡ଼ ଜମିଥିଲା ।

    LEAVE A REPLY

    Please enter your comment!
    Please enter your name here